ଅନୁଗୁଳ ରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ତାଳଚେର ପଞ୍ଚାୟତ ସମିତି ସଭାଗୃହରେ ସୋମବାର ଅନୁଷ୍ଠିତ ହୋଇଛି । ଏ ଅବସରରେ ଦାଖଲ ହୋଇଥିବା ମୋଟ ୧୨୫ ଟି ଅଭିଯୋଗରୁ ୧୦୧ ଟି ବ୍ୟକ୍ତିଗତ ଓ ୨୪ ଟି ଗ୍ରାମ୍ୟ ଭିତ୍ତିକ ଥିଲା । ସମସ୍ତ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଶିବିରକୁ ଆସିଥିବା ଲୋକମାନେ ସାଧାରଣତଃ ଶିକ୍ଷା, ରାସ୍ତା ଘାଟ, ପାନୀୟ ଜଳ ଯୋଗାଣ ଓ ସ୍ୱାସ୍ଥ୍ୟ ସମ୍ପର୍କରେ ଅଭିଯୋଗ କରିଥିଲେ । ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରଜନୀକାନ୍ତ ସ୍ବାଇଁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ, ତାଳଚେର ଉପ-ଜିଲ୍ଲାପାଳ ବିଶ୍ବ ରଞ୍ଜନ ରଥ, ତାଳଚେର ଉପଖଣ୍ଡ ପୁଲିସ ଅଧିକାରୀ ସ୍ବାତୀ ଏସ୍ କୁମାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *