ପ୍ରହରାଜ ପ୍ରତିଭା ପୂଜା ପରିଷଦ ପକ୍ଷରୁ କନ୍ଦରପୁରରେ ଗ୍ରୀଷ୍ମ ଆସର !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ପ୍ରହରାଜ ପ୍ରତିଭା ପୂଜା ପରିଷଦ କଟକ ପକ୍ଷରୁ ଗ୍ରୀଷ୍ମ ଆସର ସ୍ଥାନୀୟ କନ୍ଦରପୁର ସରସ୍ୱତୀ କଳା ପରିଷଦ ଗୃହରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ବ୍ୟଙ୍ଗ କବି ପ୍ରତାପ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆସରରେ ବରେଣ୍ୟ ଅତିଥି ଆଷାଢ଼ ସାହିତ୍ୟର ସଭାପତି କବି ପିତାମ୍ବର ମହାପାତ୍ର, ଗୀତି କବି ବିକ୍ରମ ନନ୍ଦ, ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, କବି ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ପ୍ରହରାଜଙ୍କର କଥା ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପଦ୍ମଶ୍ରୀ ରଜତ କର , ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପାଇଁ ଦୁଇ ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ଉପସ୍ଥିତ କବି ମାନେ ଗ୍ରୀଷ୍ମ ଶୀର୍ଷକ କବିତା ପାଠ କରିଥିଲେ ।

Leave a Reply

Your email address will not be published. Required fields are marked *