ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଗାଁ କୁ ଯାଇ ପାରିଲାନି ଆମ୍ବୁଲାନସ , ଖଟିଆରେ ବୁହା ହେଲେ ରୋଗୀ . ଗାଁ କୁ ଭଲ ରାସ୍ତାଟେ ନଥିବା ରୁ ଗାଁ ରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ , ଅଧା ବାଟ ରେ ଆମ୍ବୁଲାନ୍ସ ଅଟକି ରହିଥିବା ବେଳେ ଅଧରାସ୍ତା ପର୍ଯ୍ୟନ୍ତ ଖଟିଆ ରେ ବୁହା ହୋଇ ଆସିଲେ ରୋଗୀ . ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ବୋ ପଞ୍ଚାୟତ ର ତଳପଳାସଖଳି ଗାଁ ରେ . ସୂଚନା ଅନୁଯାୟୀ ଆଜି ସକାଳୁ ବାସନ୍ତୀ ମୁଣ୍ଡା ନାମକ ଜଣେ ମହିଳାଙ୍କ ଦେହ ଅତି ଗୁରୁତର ଥିବାରୁ ପରିବାର ଲୋକେ 108 ଆମ୍ବୁଲାନ୍ସ କୁ କଲ କରିଥିଲେ , ଗାଁ କୁ ରାସ୍ତା ନଥିବା ରୁ ଆମ୍ବୁଲାନ୍ସ ଯାଇ ଅଧା ରାସ୍ତା ରେ ଅଟକି ରହିଥିଲା . ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବାସନ୍ତୀ ମୁଣ୍ଡା ଙ୍କୁ ଗ୍ରାମବାସୀ ଙ୍କ ସହାୟତା ରେ ଖଟିଆ ରେ ବୁହା ହୋଇ ଅଣାଯାଇଥିଲା . ପରେ ଆମ୍ବୁଲାନ୍ସ ସହାୟତା ରେ ମହିଳା ଜଣଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିଲା . ସେଠାରେ ତାଙ୍କ ଅବସ୍ଥା ଅତି ଖରାପ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି . ସୁକିନ୍ଦା ବ୍ଲକ ର ଲେମ୍ବୋ ପଞ୍ଚାୟତ ଅନ୍ତର୍ଗତ କେତେକ ଗ୍ରାମ କେମିତି ମୌଳିକ ସୁବିଧା ରୁ ବଞ୍ଚିତ ଏବଂ ବାହ୍ୟ ଜଗତ ରୁ ବିଛିନ୍ନ ହୋଇ ରହିଛି ସେନେଇ ଖବର ପ୍ରସାରଣ ହୋଇଥିଲା . ଆଜି ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି , ଦେଖାଯାଉ ପ୍ରଶାସନ ର କେବେ ନିଦ ଭାଙ୍ଗୁଛି ଆଉ ଏହି ଗାଁ କୁ ଭଲ ରାସ୍ତା ଖଣ୍ଡେ ନିର୍ମାଣ ହେଉଛି .
ଗାଁ କୁ ଯାଇ ପାରିଲାନି ଆମ୍ବୁଲାନସ : ଖଟିଆରେ ବୁହା ହେଲେ ରୋଗୀ !!!

