ଓଏସ୍ଇଏଫଡ଼ି ସଂଘ ତରଫରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ପାଇଁ ଅନ୍ତର୍ନିବେଶୀ ଶିକ୍ଷା ସଚ଼େତନତା କାର୍ଯ୍ୟକ୍ରମ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ରାଜସୁନାଖଳା ଠାରେ ଓଡିଶା ସ୍ୱତନ୍ତ୍ର ଶିକ୍ଷକ ସଙ୍ଘ ( ଓଏସ୍ଇଏଫଡ଼ି ) ତରଫରୁ ଦିବ୍ୟାଙ୍ଗ ପିଲାଙ୍କୁ ସ୍ୱତନ୍ତ୍ର ଅଧିକାର ଓ ପ୍ରାଧାନ୍ୟତା କୁ ନେଇ ରାଜସୁନାଖଳା ଗ୍ରାମପଞ୍ଚାୟତ ର ସବୁ ଗ୍ରାମର ଅଭିଭାବକ ଓ ଦିବ୍ୟାଙ୍ଗ ପିଲାଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି l ପ୍ରଦୀପ୍ତ କୁମାର ରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜସୁନାଖଳା ର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ମୁଖ୍ୟବକ୍ତା ଭାବରେ ଆୟୁଷ୍ମାନ ଚୌଧୁରୀଙ୍କ ସମେତ ରାକେଶ କୁମାର ସାହୁ, ମିଥୁନ ମଲ୍ଲିକ, ରୋପ୍ୟରଞ୍ଜନ ସାମନ୍ତରାୟ ଅତିଥି ଭାବରେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ପିଲାଙ୍କୁ ପ୍ରଥମେ ଚନ୍ଦନ ପୁଷ୍ପ ଦେଇ ସ୍ୱାଗତ କରାଯାଇଥିଲା l ସେମାନଙ୍କ ମଧ୍ୟରେ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇ ସେମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଏହି ସଭାରେ ଅନ୍ତର୍ନିବେଶୀ ଶିକ୍ଷା ର ମହତ୍ତ୍ଵ ଓ ଗୁରୁତ୍ୱ ବିଷୟରେ ଉଭୟ ଅଭିଭାବକ ଓ ଶିଶୁ ମାନଙ୍କୁ ଅବଗତ କରାଯାଇଥିଲା । ଜନମଙ୍ଗଳ କ୍ଷେତ୍ରରେ ଏବଂ ଦିବ୍ଯାଙ୍ଗ ମାନଙ୍କ ଉନ୍ନତି ଓ ବିକାଶ କ୍ଷେତ୍ରରେ ଓଏସ୍ଇଏଫଡ଼ି ସଙ୍ଘ ର ଉକ୍ତ କାର୍ଯ୍ୟକ୍ରମ କୁ ସରପଞ୍ଚ ଶ୍ରୀଯୁକ୍ତ ପ୍ରଧାନ ଭୂୟସୀ ପ୍ରଶଂସା କରିଥିଲେ । ଓଏସ୍ଇଏଫଡ଼ି ସଙ୍ଘ ତରଫରୁ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ୱତନ୍ତ୍ର ଶିକ୍ଷକ ଙ୍କୁ ନିଯୁକ୍ତି ପାଇଁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଧାରିତ ରାୟ କୁ ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *