ଦଳିତ ମାନଙ୍କ 180 ଏକର ଜମି ଜାଲିଆତି ମାମଲା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : କଟକ ସହର ସିଡିଏ ସେକ୍ଟର 13 ରେ ଥିବା ଦଳିତ ମାନଙ୍କ ଜମି ହଡପ ପାଇଁ ହେଉଛି ଷଡଯନ୍ତ୍ର . ସି.ଡି.ଏ. ଦଳିତ ଭାଇ ଓ ଭଉଣୀ ମାନଙ୍କ ୧୮୦ ଏକର ଜମିକୁ ଜାଲ କାଗଜ କରି ବିକ୍ରୀ କରିଛନ୍ତି । ସି.ଡି.ଏ. ସେକ୍ଟର-୧୩ରେ ଦଳିତ ଭାଇ ଓ ଭଉଣୀ ମାନଙ୍କର ୧୮୦ ଏକର ଜମି ରହିଅଛି । ଏହି ଜମିକୁ ହଡପ କରିବା ପାଇଁ କିଛି ଉପରସ୍ଥ ଅଧିକାରୀ ଜିଲ୍ଲାପାଳ, ବାରଙ୍ଗ ତହସିଲଦାର, ଜମି ଅଧିକରଣ ଅଧିକାରୀ, ରେଭୁନ୍ଯୁ ସେକ୍ରେଟାରୀ, ସି.ଡି.ଏ. ସେକ୍ରେଟାରୀ, ସି.ଡି.ଏ.ବି.ସି. ମିଳିତ ଭାବେ ଏହି ଜମିକୁ ହଡପ କରିବା ପାଇଁ ଯୋଜନା କରିଥିଲେ କିନ୍ତୁ ଦଳିତ ଭାଇ ଓ ଭଉଣୀମାନେ ଏହା ବିରୁଦ୍ଧରେ କମିଶନର କୋର୍ଟ, ହାଇକୋର୍ଟ ଓ ସୁପ୍ରିମକୋର୍ଟରେ କେଶ ଲଢି ବିଜୟ ହାସଲ କରିଥିଲେ। ସମସ୍ତ କୋର୍ଟ ଦଳିତଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହି ସମସ୍ତ ଜମି ଦଳିତ ଭାଇ ମାନଙ୍କର। ଏ ସମସ୍ତ ଜମିର ମାଲିକ ହେଲେ ଦଳିତମାନେ। ଏହି ଜମିର ଏ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିଲା ବେଳେ, ସି.ଡି.ଏ.କିପରି ଭାବେ ସେହି ଜମିରେ ୩୦ରୁ ଉର୍ଦ୍ଧ ଘର କରିବା ନିମନ୍ତେ ଅନୁମତି ଦେଲେ ? ଏ ବାବଦରେ ଦଳିତ ଭାଇମାନେ ଜାଣିବାପରେ ସି.ଡି.ଏ.ଭି.ସି.ଙ୍କୁ ଭାଟି ସମସ୍ତ କଥା ପଚାରିଥିଲେ। ଆପଣ କେଉଁ ଆଧାରରେ ସେଠି ଘର କରିବା ପାଇଁ ଅନୁମତି ଦେଲେ। କିନ୍ତୁ ସି.ଡି.ଏ.କର୍ତ୍ତୃପକ୍ଷ ଏହାର କୌଣସି ଉଚିତ ଉତ୍ତର ଦେଇ ନପାରି ଚୁପ୍ ରହିଲେ ।ସି.ଡି.ଏ. କର୍ତ୍ତୃପକ୍ଷ ୦୮.୧୧.୨୦୧୯ ମସିହାରେ ଓଡିଶା State Bar Councilକୁ ସତ୍ୟପାଠ ଉଲ୍ଲେଖ କରି ଜଣାଇଥିଲେ ଯେ,ସି.ଡ.ଏ.ଦଳିତ ଭାଇଙ୍କ ୧୮୦ ଏକର ଜମିକୁ ନିଜ ଅକ୍ତିଆରକୁ ନେଇନାହିଁ କି ଏହି ଜମିକୁ କୌଣସି ଲୋକକୁ ବିକ୍ରି କରିନାହିଁ। ଆମର କହିବା କଥା ଯଦି ସି.ଡି.ଏ. ଜମି ନେଇନାହିଁ କି ବିକ୍ରୀ କରିନାହିଁ ତାହେଲେ ସେହି ଜମି ଉପରେ ୩୦ରୁ ଉର୍ଦ୍ଧ ବିଲ୍ଡିଙ୍ଗ୍ ହେଲା କିପରି ?ଦଳିତ ଭାଇମାନେ ଘର କରିଥିବା ଲୋକଙ୍କୁ ପଚାରିଥିଲେ, ଏହି ଜମି ତୁମେ କାହାଠାରୁ କିଣି ଅଛ ।ସେମାନେ କହିଥିଲେ ଆମେ ସି.ଡି.ଏ. ଠାରୁ କିଣିଅଛୁ ।ଏ କଥା ଦଳିତ ଭାଇମାନେ ଜାଣିବାପରେ ଡି.ସି.ପି.ସାହେବଙ୍କ ପାଖରେ ଅଭିଯୋଗ କରିଥିଲେ ଯେ ସି.ଡି.ଏ. ନିଜେ ଲିଖିତ ଭାବେ କୋର୍ଟକୁ ଜଣାଇଥିଲେ ଆମେ ଜମି ନେଇନାହିଁ କି ବିକ୍ରୀ କରିନାହିଁ। ତାହାଲେ ସେ ଲୋକମାନଙ୍କୁ ସି.ଡି.ଏ.କିପରି ଜମି ବିକ୍ରି କଲା ? ଏହି ବାବଦରେ ଦଳିତ ଭାଇମାନେ ଡି.ସି.ପି. ସାହେବଙ୍କୁ ଭେଟି ଲିଖିତ ଭାବେ ଜଣାଇଥିଲେ। ଡି.ସି.ପି. ସାହେବ ସମସ୍ତ ଘଟଣା ଶୁଣିବାପରେ ସି.ଡି.ଏ.ପେଜ-୨ ଥାନାକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଫେଜ-୨ ଥାନା ଅଧିକାରୀ ଏହାର ତଦନ୍ତ ନକରି ଯେଉଁମାନେ ବେଆଇନ ଭାବେ ଘର କରିଛନ୍ତି ସେମାନଙ୍କ ସପକ୍ଷରେ ଯାଇ ଓଲଟା ଦଳିତ ଭାଇମାନଙ୍କୁ ଧମକ ଦେଇଛନ୍ତି। ସୁପ୍ରିମକୋର୍ଟରେ ବିଚାର ସାରିଥିବା କେଶ ନଂ-୧୬୮୧/୮୬/୨୦୦୩କୁ ପକାଇ ବାରଙ୍ଗ ତହସିଲଦାର ଓ କଟକ ଜିଲ୍ଲାପାଳ ଚଞ୍ଚକତା କରି ଦଳିତ ଭାଇମାନଙ୍କର ଜମି ପଟ୍ଟାକୁ ଜାଲିଆତି କରି ସରକାରୀ ଖାତାରେ, ପ୍ଲଟ ନଂ- ୪୯(୨୮ ଏକର) ଏବଂ ୫୧କୁ (୧୫୨ ଏକର)ସ୍ଥିତିବାନ କରି ରଖିଛନ୍ତି କିନ୍ତୁ ଏହା ଆଇନ୍ ସଂଗତ ନୁହେଁ। ସରକାରୀ ଖାତାରେ କିପରି ଭାବରେ ଉକ୍ତ ଜମିକୁ ସ୍ଥିତିବାନ ବୋଲି ଉଲ୍ଲେଖ କରାଗଲା ଏହା ତଦନ୍ତ ସାପେକ୍ଷ ।

Leave a Reply

Your email address will not be published. Required fields are marked *