ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବିଶ୍ୱ ସାଇକେଲ୍ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଇଟାମାଟି ପଞ୍ଚାୟତ ପଡ଼ିଆ ଠାରୁ ଆରମ୍ଭ ହୋଇ ଇଟାମାଟିର ସମସ୍ତ ସାହି ପରିକ୍ରମା କରି ପଞ୍ଚାୟତ ପଡ଼ିଆ ଠାରେ ସମାପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କରାଯାଇଥିବା ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ୍ ପ୍ରଦାନ କରାଯିବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଏବଂ ବଢୁଥିବା ପେଟ୍ରୋଲ ଓ ଡିଜେଲ ର ଦରକୁ ଦୃଷ୍ଟି ରେ ରଖି ସାଇକେଲ ଚଳାଇବା ପାଇଁ ବାର୍ତ୍ତା ପ୍ରଦାନ କରାଯାଇଛି ।
ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବିଶ୍ୱ ସାଇକେଲ୍ ଦିବସ ପାଳିତ !!!

