କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ଉପକଣ୍ଠ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ତରଫରୁ ଆଜାଦିର ୭୫ ତମ ଅମୃତ ମହୋତ୍ସବ ଅବସରରେ ବ୍ରହ୍ମକୁମାରୀଜ୍ ପାଠଶାଳା ଜରିଆରେ ଆତ୍ମନିର୍ଭର କୃଷକ ଅଭିଯାନ ସଂକଳ୍ପ ରଥ ବାହାରି କନ୍ଦରପୁର କଲେଜ, ବମ୍ବୁରି , ଆୟତପୁର, କିଶନନଗର ଆଦି ବିଭିନ୍ନ ଅଞ୍ଚଳ ପରିକ୍ରମା କରି କୃଷକ ମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ରାସାୟନିକ କୃଷି ପ୍ରକ୍ରିୟାରୁ ମୁକ୍ତ କରାଇବା, ରାଜାଯୋଗ ଅଭ୍ୟାସ କରାଇବା, ଅନ୍ଧଶ୍ରଦ୍ଧା, କୁରୀତି, କୁପ୍ରଥା ଆଦିର ନାଶ କରାଇବା ଓ ଆଧ୍ୟାତ୍ମିକ ସନ୍ଦେଶ ଦ୍ବାରା କୃଷକକୁ କର୍ତ୍ତବ୍ୟନିଷ୍ଟ କରିବା ପାଇଁ କୃଷକ ମାନକୁ ପ୍ରରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସିପ୍ରା ଭଉଣୀ, କାଜଲ ଭଉଣୀ, ଆନନ୍ଦ ଭାଇ,ଦେବରାଜ ଭାଇ ପାଠଶାଳାର ଅନ୍ୟ ଭାଇ ଭଉଣୀ ବର୍ଗ ଏବଂ କିଶୋରନଗର ସରପଞ୍ଚ ଶ୍ରୀମତୀ ସୁଜାତା ସେଠୀ, କନ୍ଦରପୁର ସରପଞ୍ଚ ଶ୍ରୀମତୀ ସୁଭାଷିନୀ ରାଉତ, ସମିତି ସଭ୍ୟ ସାରଦା ପ୍ରସନ୍ନ ସ୍ବାଇଁ, ମା ଜାନକୀ ଓତା, କନ୍ଦରପୁର କଲେଜର ଅଧ୍ୟକ୍ଷ ସାରଦା ପ୍ରସନ୍ନ ମହାପାତ୍ର, ଆୟତ୍ତପୁର ସରପଞ୍ଚ ରାକେଶ ବେହେରା, ପୂର୍ବତନ ଉପାଧ୍ୟକ୍ଷ ସଚିତ୍ର ପାତ୍ର, ନାଟ୍ୟକାର ଅଶୋକ ପଟ୍ଟନାୟକ, କିଶୋନଗର ପଞ୍ଚାୟତ ସମିତି ସଭ୍ୟା ବାସନ୍ତୀ ଭୋଇ, ପୂର୍ବତନ ସରପଞ୍ଚ ଛତ୍ରପତି ସିଂ, ସମାଜସେବୀ ଦିଲୀପ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଚ୍ଚ ପ୍ରଶଂସା କରିବା ସହ ପ୍ରତି ପଞ୍ଚାୟତରେ ପରିଷଦ ପକ୍ଷରୁ ପାଠଶାଳା କରାଯିବାକୁ ସ୍ଥିର କରିଛନ୍ତି ।
ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ତରଫରୁ ଆତ୍ମନିର୍ଭର କୃଷକ ଅଭିଯାନ !!!

