ନାମ ମନ୍ଦିରରେ ଜନ୍ମ ନେଲା ଚିନ୍ମୟ ଫାଉଣ୍ଡେସନର ମାନସ ସନ୍ତାନ ମିଶନ୍ ଅମୃତ ହସ୍ତମ୍ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବୁଭୁକ୍ଷୁ ଓ ଅସହାୟ ମାନଙ୍କୁ ସହାୟତା ଯୋଗାଇ ଦେବାର ସ୍ୱପ୍ନ ନେଇ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ବରୁଣେଶ୍ୱର କ୍ଷେତ୍ରସ୍ଥ ନାମମନ୍ଦିରରେ ଜନ୍ମ ନେଲା ଚିନ୍ମୟ ଫାଉଣ୍ଡେସନଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ “ମିଶନ୍ ଅମୃତ ହସ୍ତମ୍”। ଏହି ଅବସରରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଶୁର ଜନ୍ମ ଜାତକ ବିଚାରକ ଭାବରେ ସନ୍ଥ ସଚ୍ଚିଦାନନ୍ଦ ଦାସ ମହାରାଜ, ସୂଚନା ଅଧିକାର କର୍ମୀ ଗୋପାଳ ସାମଲ, ରୂପକାର ଧନଞ୍ଜୟ ମିଶ୍ର, ଶିକ୍ଷାବିତ୍ ଜିତେନ୍ଦ୍ର ଦେବତା, ସମାଜସେବୀ ଶ୍ରୀକାନ୍ତ ପ୍ରଧାନ, ବଳରାମ ବଳ, ମୋନାଲିସା ଦେବତା ଆଦି ଯୋଗଦେଇ ସମାଜର ଆର୍ଥିକ ତଳ ସ୍ତରରେ ଥିବା ବ୍ୟକ୍ତି, ବୁଭୁକ୍ଷୁ ଓ ଅସହାୟ ମାନଙ୍କୁ କିଭଳି ଭାବରେ ସହାୟତା ଯୋଗାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିହେବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ବିବାହ, ବ୍ରତ, ଜାଗଯଜ୍ଞ ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ବଳକା ଭୋଜିଭାତକୁ ନଷ୍ଟ ନ କରି ଗରିବ ଓ ଅସହାୟଙ୍କର ସେବାରେ ନିୟୋଜିତ କରିହେବ। ଆର୍ଥିକ ସ୍ଵଛଳ ବ୍ୟକ୍ତି ମାନଙ୍କଦ୍ୱାରା ଅନାଥ ଶିଶୁ , ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗ, ସମାଜର ଆର୍ଥିକ ଅନୁନ୍ନତ ବ୍ୟକ୍ତିମାନଙ୍କୁ ସହାୟତା ଯୋଗାଇ କିଭଳି ଭାବରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିହେବ ସେ ସମ୍ପର୍କରେ ବିଚାରକ ମାନେ ବିମର୍ଷ କରିଥିଲେ। ମିଶନ୍ ଅମୃତ ହସ୍ତମ୍ ଆଗାମୀ ଭବିଷ୍ୟତରେ ସର୍ବନିମ୍ନ ଏକ ହଜାର ଆକ୍ଟିଭ ଶାଖା ମାଧ୍ୟମରେ ଦୈନିକ ପଚାଶ ହଜାରରୁ ଉର୍ଦ୍ଧ୍ବ ଜିରୋ ଗ୍ରାଉଣ୍ଡରେ ଥିବା ତଥା ଅସହାୟ ବ୍ୟକ୍ତି ବିଶେଷଙ୍କୁ ଖାଦ୍ୟ ଯୋଗାଇଦେବା ସହ ଦୈନିକ ବ୍ୟବହାର ସାମଗ୍ରୀ ଯୋଗାଇ ଦେବାର ଲକ୍ଷ ରଖିଛି ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *