5 T ସଚିବଙ୍କ ସହିତ ବ୍ଳକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସାକ୍ଷାତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଓ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି 5 T ସଚିବ ଭି କେ ପାଣ୍ଡିଆନଙ୍କୁ ଭେଟି ବ୍ଳକର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି . ସଚିବ ବ୍ଳକର ଉନ୍ନତି କରିବା ପାଇଁ ପ୍ରତିଶୃତି ଦେବା ସହ ନିର୍ମାଣ ଧୀନ 5 ଟି ସ୍କୁଲ କାର୍ଯ୍ୟ କୁ ସହଯୋଗ ଏବଂ ତଦାରଖ କରିବାକୁ ପରାମର୍ଶ ଦେଇଥିଲେ . ଆଗାମୀ ଦିନରେ ରାୟଗଡ ବ୍ଳକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ମଧ୍ୟ 5ଟି ଜରିଆରେ ରୂପାନ୍ତକରଣ କରାଯିବ। ଉକ୍ତ କାର୍ଯ୍ୟ କୁ ତଦାରଖ କରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବାକୁ କହିଥିଲେ । ଏଥି ସହ ଗ୍ରାମାଞ୍ଚଳରେ ଥିବା ମହିଳା ମାନେ ସ୍ୱାବଲମ୍ବୀ, ଆତ୍ମ ନିର୍ଭରଶୀଳ ଓ ସଶକ୍ତିକରଣ ହେବା ପାଇଁ ଧ୍ୟାନ ଦେବାକୁ କହିଥିଲେ।

Leave a Reply

Your email address will not be published. Required fields are marked *