ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମରେ ନୃସିଂହ ସିଂହ ଓ ଲିପସା ମହାପାତ୍ର ଦୁଇଜଣ ଯାକ ସାଙ୍ଗ ହୋଇ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକାରୀ ସିଦ୍ଧାର୍ଥ କଟରିଆଙ୍କ ନିର୍ଦ୍ଦେଶରେ ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ନେତୃତ୍ୱରେ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କ ସହଯୋଗରେ ଚଢ଼ାଉ କାର୍ଯ୍ୟ କରାଯାଇଥିଲା । ଚଢ଼ାଉରେ ୧୯ ଗ୍ରାମ ବ୍ରାଉନ ସୁଗାର, ନଗଦ ଅର୍ଥ ୨୫ ହଜାର ୫୨୦ ଟଙ୍କା ଓ ଏକ ବାଇକ ଜବତ କରାଯିବା ସହ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି ।
ବ୍ରାଉନ ସୁଗାର ଜବତ : ଦୁଇ ଗିରଫ !!!

