ଅସୁରେଶ୍ଵରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଯୋଗ ଦିବସ ଅବସରରେ ଅସୁରେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ଵାସ୍ଥ୍ୟ କର୍ମୀ ତଡିତ ମଲ୍ଲିକ ଙ୍କ ନେତୃତ୍ବରେ ଯୋଗାଚାର୍ଯ୍ୟ ଚୌଧୁରୀ ନିରାକାର ପ୍ରହରାଜଙ୍କ ଦ୍ଵାରା ଯୋଗଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଗ ଶିବିରରେ ଅସୁରେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀଙ୍କ ସମେତ ଅସୁରେଶ୍ଵର ପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ଅନନ୍ତ କୁମାର ଦାସ ଉପସ୍ଥିତ ରହିଥିଲେ . ଯୋଗ ହିଁ ରୋଗ ଭଲ କରିବାର ମୁଳ ଔଷଧ ବୋଲି ମତ ଦେଇଥିଲେ କାର୍ଯ୍ୟକ୍ରମର ଆୟୋଜକ ଏବଂ ଅତିଥି ମାନେ . ଏହି ପରିପ୍ରେକ୍ଷୀରେ ୨୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରତିନିଧି ନିତ୍ୟାନନ୍ଦ ସେଠୀ, ବିଜୟ କୁମାର ସାହୁ, ମାନସ କୁମାର ଜେନା , ସନ୍ତୋଷ କୁମାର ସାହୁ, ନିରଞ୍ଜନ ସ୍ବାଇଁ, ଯୁବ ସାମ୍ବାଦିକ ସରୋଜ କୁମାର ସିଂହ, ରାଜେନ୍ଦ୍ର କୁମାର ବେହେରା ଏବଂ ଆଶା ଦିଦି ମାନେ ଯୋଗ ଦେଇଥିଲେ । ଏହି ଯୋଗ ଶିବିର ଶେଷରେ ସମସ୍ତ ଙ୍କୁ ଔଷଧିୟ ବୃକ୍ଷ ବଣ୍ଟନ କରାଯାଇଥିଲା । ସେହିପରି ଅସୁରେଶ୍ଵର ଗ୍ରାମ ପଞ୍ଚାୟତ ପରିସରରେ ସରପଞ୍ଚ ଗୈାତମୀ ଦାସ ନେତୃତ୍ବରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ସମାଜସେବୀ ଅନନ୍ତ କୁମାର ଦାସ , ସମିତି ସଭ୍ୟ ହିମାଦ୍ରୀ ମିଶ୍ର, ପୁର୍ବତନ ସରପଞ୍ଚ ରାଜିବ ଲୋଚନ ବେହେରା, ସୁଧାଂଶୁ ଶେଖର ଦାସ, ପୁନାନନ୍ଦ ବେହେରା, ହରିଶ୍ଚନ୍ଦ୍ର ସିଂହ, କୈଳାସ ବେହେରା, ହରେକୃଷ୍ଣ ସେଠୀ, ଦାମୋଦର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *