ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବ୍ଲକ ଅନ୍ତର୍ଗତ ସାନନଈରୀ କାଙ୍କଣ ଶିଖରୀ ମନ୍ଦିର ପ୍ରାଙ୍ଗଣରେ ଖୋର୍ଦ୍ଧା ଜିଲ୍ଲା ବ୍ଲକ ସ୍ତରୀୟ ପ୍ରମେୟ ସାମ୍ବାଦିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ମିଳନ ପର୍ବରେ ଭୁବନେଶ୍ୱର ବ୍ୟୁରୋ ଚିଫ ଦେବେନ୍ଦ୍ର ସୁଆର ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଭାବେ ସହ ସମ୍ପାଦକ ଶାନ୍ତିଲତା ମିଶ୍ର ଯୋଗ ଦେଇଥିଲେ । ବନ୍ଧୁ ମିଳନ ଉତ୍ସବରେ ଜିଲ୍ଲା ସାମ୍ବାଦିକ ନିରଞ୍ଜନ ଦୋରା ଅତିଥି ସମ୍ବର୍ଦ୍ଧନା କରିବା ସହ ସ୍ୱାଗତ ଅଭିଭାଷଣ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ପ୍ରସାର ବିଭାଗର ଆଶୁତୋଷ ମହାପାତ୍ର ଉପସ୍ଥିତ ଥିବା ବ୍ଲକ ସ୍ତରୀୟ ସାମ୍ବାଦିକ ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଆଜିର ଦିନରେ ଦର୍ଶକଙ୍କ ଆଭିମୁଖ୍ୟକୁ ଆଧାର କରି ୧ ନଂ ସ୍ଥାନ ହାସଲ କରିଥିବା ଦୈନିକ ଓଡ଼ିଆ ଖବରକାଗଜ ପ୍ରମେୟ ଲୋକପ୍ରିୟ ହୋଇଥିବାରୁ ପାଠକଙ୍କ ଚାହିଦା ମୁତାବକ ତଥ୍ୟ ଭିତିକ ସମ୍ବାଦ ପରିବେଷଣ ସାଙ୍ଗକୁ ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟ ଅତିଥି ଶ୍ରୀ ସୁଆର ଆଲୋଚନା କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ପ୍ରତିଟି ମୁହୂର୍ତ୍ତରେ କର୍ତ୍ତବ୍ୟନିଷ୍ଠା ସହ ସମାୟାନୁବର୍ତୀ ହେବା ପାଇଁ ଶ୍ରୀମତୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ସାମ୍ବାଦିକ ଶ୍ରୀ ଦୋରା ସମସ୍ତ ବ୍ଲକ ପ୍ରତିନିଧି ମାନଙ୍କ ସହ ସମ୍ବାଦ ପରିବେଷଣ, ସମ୍ବାଦପତ୍ର ପ୍ରସାର ଅଭିବୃଦ୍ଧି କ୍ଷେତ୍ରରେ ବିସ୍ତୃତ ଆଲୋଚନା କରିଥିଲେ । ଉକ୍ତ ମିଳନ ପର୍ବରେ ଜିଲ୍ଲାର ସମସ୍ତ ବ୍ଲକରୁ ୨୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦେଇଥିଲେ ।
ଚିଲିକାରେ ପ୍ରମେୟ ପରିବାର ତରଫରୁ ବ୍ଲକ ସ୍ତରୀୟ ବନ୍ଧୁ ମିଳନ !!!

