ବୈଦେଶ୍ଵର ମହାନଦୀ ଘାଟ ପାଲଟିଛି ବାଲି ମାଫିଆଙ୍କ ଭୂସ୍ଵର୍ଗ !!!

0
590

44 total views , 1 views today

ବ୍ୟୁରୋ ରିପୋର୍ଟ ( ଆୱାଜ ମିଡ଼ିଆ ) : ନଦୀ ବାଲି ଠାରୁ ଆରମ୍ଭ କରି ଖଣିଜ ପଦାର୍ଥ, ମୋରମ, ମାଙ୍କଡ଼ା ପଥର , ମେଣ୍ଟାଲ ଚୋରା ଚାଲାଣ ପାଇଁ ସର୍ବଦା ଚର୍ଚ୍ଚାରେ ରହି ଆସିଛି ବାଙ୍କୀ ତହସିଲ . ବିଗତ ଦିନ ମାନଙ୍କରେ ମହାନଦୀରୁ ଅବାଧ ବାଲି ଚୋରା ଚାଲାଣ ନେଇ ଏସଟିଏଫ ତରଫରୁ ବାଙ୍କୀର ବିଭିନ୍ନ ସ୍ଥାନରେ ରେଡ ହୋଇଥିଲା . ତେବେ ବାଙ୍କୀ ତହସିଲ ର ବୈଦେଶ୍ଵର ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି ବାଲି ମାଫିଆ . ବୈଦେଶ୍ଵରରେ କେତେକ ନିର୍ବାଚିତ ଜନ ପ୍ରତିନିଧି ପୁଲିସ ପ୍ରଶାସନକୁ ହାତ ବାରିସୀ କରି ମହାନଦୀ ରୁ ଅବାଧ ବାଲି ଉଠାଣ କରୁଛନ୍ତି . ଏପରିକି ନଦୀ ବନ୍ଧର ଦୁର୍ବଳ ସ୍ଥାନରୁ ମଧ୍ୟ ମେସିନ ଲଗାଇ ବାଲି ଖନନ କରୁଥିବାର ସାଙ୍ଘାତିକ ଅଭିଯୋଗ ଆସିଅଛି . ସ୍ପଷ୍ଟ ଦିବାଲୋକରେ ପ୍ରୋକଲେନ ବ୍ୟବହାର କରି ମହାନଦୀ ବନ୍ଧ ପାଖ ଅଂଚଳ ଖୋଳୁଥିବାର ଖବର ପାଇ ସ୍ଥାନୀୟ ପୁଲିସ ଓ ରାଜସ୍ୱ ବିଭାଗ ମିଳିତ ଚଢ଼ାଉ କରିଥିଲେ . ମହାନଦୀ ପାଖରେ ଥିବା ଅଷ୍ଟମ ଶତାବ୍ଦୀର ଦୁର୍ଗା ମନ୍ଦିର ଓ ମା ଲୋଭେଇ ଠାକୁରାଣୀଙ୍କ ପାଖରେ ଥିବା ସ୍ଥାନରେ ବାଲି ଖନନ ଚାଲିଥିବା ବେଳେ ଦୁଇଟି ହାଇୱା ଗାଡି ଓ ପ୍ରୋକଲେନ ଜବତ ହୋଇଥିବାର ସୂଚନା ମିଳିଛି . ବୈଦେଶ୍ଵରର ପ୍ରଫୁଲ୍ଲ ସାହୁ ନାମକ ବ୍ୟକ୍ତି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ବାଲି ଚୋରା ଚାଲାଣ ସହ ସମ୍ପୃକ୍ତ ଥିବାର ସ୍ପଷ୍ଟ ଆଲୋଚନା ହେଉଥିଲେ ସୁଦ୍ଧା ପ୍ରଶାସନିକ ପଦକ୍ଷେପ ଗ୍ରହଣ ହେଉ ନଥିବା କାରଣରୁ ବଢ଼ିବାରେ ଲାଗିଛି ବାଲି ଚୋରା ଚାଲାଣ . ସୂଚନା ଯୋଗ୍ୟଯେ ସମ୍ପୃକ୍ତ ବ୍ୟକ୍ତି ଆଗରୁ ବାଙ୍କୀର ତତ୍କାଳୀନ ତହସିଲଦାରଙ୍କୁ ଗାଳି ଗୁଲଜ ଓ ଆକ୍ରମଣ ଅଭିଯୋଗରେ ଗିରଫ ମଧ୍ୟ ହୋଇଥିଲେ . ବୈଦେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ମହାନଦୀ ଘାଟରୁ ବ୍ୟାପକ ବାଲି ଚୋରା ଚାଲାଣ ରୋକିବା ଦିଗରେ ଦୃଢ ପ୍ରଶାସନିକ ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବୀ ହେଉଛି .

LEAVE A REPLY

Please enter your comment!
Please enter your name here