ନକଲି ସିମେଣ୍ଟ କାରଖାନା ଠାବ : ୭ ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଗୋଲାଗାଁ ନିକଟରୁ ଏକ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି । ଏଠାରୁ ବହୁ ପରିମାଣର ନକଲି ସିମେଣ୍ଟ ଓ ଯନ୍ତ୍ରପାତି ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଳିଙ୍ଗନଗର ପୋଲିସ । ସୂଚନା ମୁତାବକ ଦୀର୍ଘ ବର୍ଷ ଏଠାରେ ଏହି ନକଲି ସିମେଣ୍ଟ କାରଖାନା ଚାଲି ଆସୁଥିଲା । ଖରାପ ହୋଇ ଯାଇଥିବା ସିମେଣ୍ଟ କୁ ଏଠାରେ ମେସିନ୍ ସାହାଯ୍ୟରେ ପ୍ରସ୍ତୁତ କରାଯାଇ ନାମୀଦାମୀ ସିମେଣ୍ଟ କମ୍ପାନୀର ପ୍ୟାକେଟରେ ଭର୍ତ୍ତି କରାଯାଇ ବିକ୍ରି କରାଯାଉଥିଲା । ଏନେଇ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରି ଏହି ନକଲି ସିମେଣ୍ଟ କାରଖାନାକୁ ସିଜ୍ କରିଛି । ସେଠାରୁ ବହୁ ପରିମାଣର ନକଲି ସିମେଣ୍ଟ , ବିଭିନ୍ନ ନାମୀଦାମୀ ସିମେଣ୍ଟ କମ୍ପାନୀର ଖାଲି ପ୍ୟାକେଟ୍ , ବିଭିନ୍ନ ଯନ୍ତ୍ରପାତି ଓ ଗୋଟିଏ ଟ୍ରକ ଜବତ କରାଯାଇଛି । ଏଥି ସହିତ ଏହି ନକଲି ସିମେଣ୍ଟ କାରବାରରେ ସମ୍ପୃକ୍ତ କାରଖାନା ମାଲିକଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି । ଆଜି ଅପରାହ୍ନରେ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *