ଯୁବ ସମାଜସେବୀ ସାଇ ଶୁଭମଙ୍କ ଜନ୍ମଦିନ ରେ ରକ୍ତଦାନ ଶିବିର : ୫୧ ୟୁନିଟ୍‌ ରକ୍ତ ସଂଗ୍ରହ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର :ଆଜି କାଲି ର ଯୁବ ପୀଢ଼ି ନିଜର ଜନ୍ମଦିନକୁ ଆଧୁନିକ ଚାକଚକ୍ୟ ରେ ଆଡମ୍ୱର ପୂର୍ଣ୍ଣ ଭାବେ ପାଳନ କରୁଥିବା ବେଳେ ଇଟାମାଟି ପଞ୍ଚାୟତ ର ଯୁବ ସମାଜସେବୀ ସାଇ ଶୁଭମ୍ ଏଇ ସବୁ ର ଉର୍ଦ୍ଧ୍ବ ରେ ରହି ଆଗାମୀ ଭବିଷ୍ୟତ ଏବଂ ପରିବେଶକୁ ଦୃଷ୍ଟି ରଖି ନିଜ ଜନ୍ମଦିନରେ ସାଥୀ ମାନଙ୍କ ସହ ମିଶି ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ‘ ଜୀବନବିନ୍ଦୁ ’ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି । ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କୁ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଉଦଘାଟନ କରିବା ସହ ଯୁବବର୍ଗଙ୍କ ଏଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ମ୍ୟୁନିସିପାଲଟି ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ସମାଜସେବୀ ଦାମ ସାର ପ୍ରମୁଖ ଉପସ୍ଥିତ ରହି ସାଇ ସୁଭମ ଏବଂ ରକ୍ତଦାନ କରିଥିବା ସମସ୍ତ ଯୁବକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଅନୁଷ୍ଠିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୫୧ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏହି କାର୍ଯକ୍ରମ ରେ ସ୍ଵାଧୀନ ସାହୁ, ରୁଦ୍ର ମାଧବ ଦାସ , ଶୁଭଙ୍କର ପ୍ରଧାନ, ଦେବାଶିଷ ମାର୍ଥା, ସୌମ୍ୟ ପୃଷ୍ଟି , ସ୍ବାଗତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *