ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଓ ଉପଦ୍ରବ ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନର ଅଂଶସ୍ୱରୂପ, ସନ୍ଧ୍ୟା ସମୟରେ ପାରଳାଖେମୁଣ୍ଡି ପୋଲିସର ପାଟ୍ରୋଲିଂ ଟିମ୍ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ । ପାଟ୍ରୋଲିଂ ସମୟରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ସାଇ ଶଙ୍କର ପାତ୍ର (୨୪) , ରାହୁଲ (୨୧) ଦିପୁନ ସାହୁ (୨୨) ହରିଶ ବେହେରା (୩୨) ମୁନା ପଲାଇ (୩୨) ଏବଂ ଗୋରାନି କ୍ରିଷ୍ଣା (୪୬) ଙ୍କୁ ଠାବ କରାଯାଇଥିଲା । ସମସ୍ତ ୬ ଜଣଙ୍କୁ ପାରଳାଖେମୁଣ୍ଡି ପୋଲିସ ଥାନାକୁ ଅଣାଯାଇ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଉପଦ୍ରବ ଏବଂ ଜନଶାନ୍ତି ଭଙ୍ଗ କରୁଥିବା କାର୍ଯ୍ୟ ବିରୋଧରେ ଗଜପତି ପୋଲିସ ପକ୍ଷରୁ ପାଟ୍ରୋଲିଂ ଓ ଯାଞ୍ଚ ଅଭିଯାନ ଆହୁରି ଜୋରଦାର କରାଯିବ। ସର୍ବସାଧାରଣ ସ୍ଥାନରେ ମଦ୍ୟପାନରୁ ବିରତ ରହିବା ସହ ସହରରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ପରିବେଶ ବଜାୟ ରଖିବାରେ ପୋଲିସକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି।
ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧୀ ଅଭିଯାନ ଜାରି : ୬ ଜଣ ଅଟକ !!!

