କନ୍ଧମାଳ : ସ୍ୱାତୀ ଅନୁଷ୍ଠାନର ୨୩ ତମ ପ୍ରତିଷ୍ଠା ଦିବସ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ୱାତୀ ଅନୁଷ୍ଠାନର ୨୩ ତମ ପ୍ରତିଷ୍ଠା ଦିବସ ଲୁଇସଂ ପଞ୍ଚାୟତର ରାଇଗୁଡା ଓ ବାଲନ୍ଦାପଡା ର ଗଧେଇପଦର ଠାରେ ପାଳିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ନିରାକାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ପଞ୍ଚାୟତ ସମିତି ଉପାଧକ୍ଷ ଅଜିତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଂଯୋଜକ ବିଶ୍ୱରଞ୍ଜନ କର ବକ୍ତବ୍ୟ ରଖିଥିବା ବେଳେ ପ୍ରଦୀପ କୁମାର ସ୍ୱାଇଁ ସ୍ୱାସ୍ଥ୍ୟ, ପୋଷଣ, ଶିଶୁ ଅଧିକାର ଓ ଶିକ୍ଷା କ୍ଷେତ୍ରରେ ‘ସ୍ୱାତୀ’ର କାର୍ଯ୍ୟକ୍ରମ ସମୁହକୁ ଉପସ୍ଥାପନା କରିିଥିଲେ । ଏଥିସହ ଆଲୋକ ସାମନ୍ତରାୟ ଆଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲାରେ ଅନୁଷ୍ଠାନର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ରମକୁ ଏକ ତଥ୍ୟ ସମ୍ବଳିତ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କୁନି କୁନି କଳାକାର ସଞ୍ଜୟ ଦିଗାଲ, ଗଗନ ଦିଗାଲ, କାଞ୍ଚନ କହଁର, ମୁକ୍ତା ଓ ନିରୁ ନାୟକ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଗଧେଇପଦର ଓ ରାଇଗୁଡା ଗ୍ରାମର ସ୍ୱୟଂ ସହାୟକ ଦଳର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ କେକକୁ ଅତିଥି ମାନଙ୍କ ଦ୍ୱାରା କଟା ଯାଇଥିଲା ଏବଂ ବିଭିନ୍ନ ହାତ ତିଆରି ପିଠା ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନ ପ୍ରତିି ଗାଁଲୋକଙ୍କ ଭଲ ପାଇବାକୁ ସଂପାଦକ ହରିଶଙ୍କର ରାଉତ ସାଧୁବାଦ ଜଣାଇବା ସହ ଅଞ୍ଚଳର ଅଧିକରୁ ଅଧିକ ବିକାଶ ଦିଗରେ କାମ କରିବାକୁ ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଏକ ସାମୁହିକ ନୃତ୍ୟ ପରିବେଷଣ କରାଯାଇଥିଲା । ମାଣିକ ବେହେରା ଧନ୍ୟବାଦ ଅର୍ପଣ କରିଥିଲା । କୁଶ ମାନସେଠ ଅତିଥି ପରିଚୟ ପ୍ରଦାନ କରିବା ସହ ଲୁଇସିଂ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଲିଖିତ ଏକ ସଙ୍ଗୀତ ପଞ୍ଚଦେବ ପ୍ରଧାନଙ୍କ ଦ୍ୱାରା ଗାନ କରା ଯାଇଥିଲା । ପରିଚାଳନାରେ ପ୍ରଭାସିନୀ ଦଳବେହେରା, ଅନନ୍ତ ଚରଣ ମଲ୍ଲିକ, ସୌରଭ ପଣ୍ଡା, ମଲ୍ଲିକ ଦିଗାଲ, ନିରୂପମା ଦିଗାଲ, ଅନୁପମା କହଁର, ଗୋଲାପି କହଁର, ଚଞ୍ଚଳା କହଁର ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *