ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ପରିଷଦ ସଭ୍ୟ ସମବାୟ ସମିତି ନିର୍ବାଚନ ରେ ଅକ୍ତିଆର କରି ପାରିଲେ ନାହିଁ ୨୭ ଖଣ୍ଡ ଭୋଟ । ଏପରି ଏକ ଚର୍ଚ୍ଚା ବିଷୟ ପାଲଟିଛି ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ସମିତି ଇଟାମାଟି ଶାଖା ରେ । ଗତ ପଞ୍ଚାୟତ ନିର୍ବାଚନ ରେ ଶାସକ ବିଜେଡ଼ି ପକ୍ଷରୁ ୧୪ ନମ୍ବର ଜୋନ୍ ରେ ପ୍ରାର୍ଥୀ ହୋଇ ଆଶିଷ କୁମାର ଅଗ୍ରୱାଲ ନିକଟତମ ବିଜେପି ପ୍ରତିଦ୍ବନ୍ଦ୍ବି ଙ୍କୁ ୩ ହଜାର ରୁ ଉର୍ଦ୍ଧ୍ବ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଥିଲେ . ତେବେ ସମବାୟ ସମିତି ନିର୍ବାଚନ ରେ ପରାସ୍ତ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଇଟାମାଟି ସମବାୟ ସମିତି ଶାଖା ୧୧ ନମ୍ବର ଜୋନ୍ ନିର୍ବାଚନ ରେ ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ ଏବଂ ବିଜେପି ଇଟାମାଟି ପଞ୍ଚାୟତ ସଭାପତି ଚନ୍ଦନ କୁମାର ଦାସ ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା । ଏହି ନିର୍ବାଚନ ରେ ମୋଟ ୫୨ ଟି ଭୋଟ ମଧ୍ୟରୁ ଗୋଟିଏ ଭୋଟ ନାକଚ ହୋଇଥିବା ବେଳେ ଶ୍ରୀ ଅଗ୍ରୱାଲ ୧୯ ଟି ଭୋଟ ପାଇଥିବା ବେଳେ ଏବଂ ଚନ୍ଦନ କୁମାର ଦାସ ୨୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିଭଳି ଭାବେ ୧୪ ନମ୍ବର ଜୋନ୍ ରେ ମୋଟ ୩୯ ଟି ଭୋଟ ରୁ ଇଟାମାଟି ବଣିକ ସଂଘ ସଭାପତି କିଶୋର ଚନ୍ଦ୍ର ନାୟକ ୧୫ ଗୋଟି ଭୋଟ ପାଇଥିବା ବେଳେ ବିଜେପି ମଣ୍ଡଳ ସମ୍ପାଦକ ରାମଚନ୍ଦ୍ର ସାହୁ ୨୨ ଟି ଭୋଟ ପାଇ ବିଜୟୀ ହୋଇଛନ୍ତି । ୧ ନମ୍ବର ଜୋନ୍ ରେ ଉଦୟନାଥ ସାହୁ ୧୫ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦି ୧୨ ଖଣ୍ଡ ଭୋଟ ପାଇଥିବା ରବିନ୍ଦ୍ର ପ୍ରଧାନ ଙ୍କ ଠାରୁ ତିନୋଟି ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି । ତେବେ ସବୁଠାରୁ ବଡ ଚର୍ଚ୍ଚା ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ ଙ୍କ ପରାଜୟକୁ ନେଇ । ସମବାୟ ନିର୍ବାଚନ ରେ ଜିତି ପାରୁ ନଥିବା ନଥିବା ସଭ୍ୟ କିପରି ଜିତିଲେ ଜିଲ୍ଲା ପରିଷଦ ନିର୍ବାଚନ ତାହାକୁ ନେଇ ଚାଲିଛି ଚର୍ଚ୍ଚା । ସମବାୟ ସମିତି ଇଟାମାଟି ଶାଖା ରୁ ତିନିଜଣ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟ ହାସଲ ପରେ ଇଟାମାଟି ପଞ୍ଚାୟତ ରେ ଆଲୋଚନା ଯେ ଇଟାମାଟି ସମବାୟ ସମିତି ବିଜେପି ହାତରେ । ଆଗାମୀ ଦିନରେ ହେବାକୁ ଥିବା ଇଟାମାଟି ସମବାୟ ସମିତି ସଭାପତି ନିର୍ବାଚନ ରେ ଏହି ତିନିଜଣ ବିଜୟୀ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ସାଧାରଣରେ ଆଲୋଚନା ହେଉଛି ।
ସମବାୟ ସମିତି ନିର୍ବାଚନରେ ହାରିଗଲେ ଶାସକ ଦଳର ଜିଲ୍ଲା ପରିଷଦ ସଭ୍ୟ !!!

