ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଙ୍କୀ ଠାରେ ବାଙ୍କୀ ସଙ୍କୁଳ ସ୍ତରୀୟ ଆଚାର୍ଯ୍ଯ, ଆଚାର୍ୟା ମାନଙ୍କର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି l ଶିକ୍ଷା ବିକାଶ ସମିତି ପୂର୍ବ ସମ୍ଭାଗ ଖୋର୍ଦ୍ଧା ଜିଲ୍ଲା ପ୍ରମୁଖ ଶିକ୍ଷାବିତ ପଦ୍ମନାଭ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିଲେ l ବିଦ୍ୟାଳୟର ସଭାପତି ଶିକ୍ଷାବିତ ରଞ୍ଜନ କୁମାର ସାମନ୍ତରାୟ ଉକ୍ତ ଉତ୍ସବରେ ସଭାପତିତ୍ଵ କରିଥିଲେ l ସଙ୍କୁଳ ସଂଯୋଜକ ତଥା ପ୍ରଧାନ ଶିକ୍ଷକ ନରେଶ ମନ୍ତ୍ରୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁମା ମମତା ଜେନା ଏହାକୁ ସଂଯୋଜନା କରିଥିଲେ . ସମ୍ମାନୀତ ଅତିଥି ଭାବେ ବାଙ୍କୀ ସଙ୍କୁଳ ପ୍ରମୂଖ ଧରଣୀ ଧର ସାହୁ ଯୋଗ ଦେଇଥିଲେ l ମୁଖ୍ୟବକ୍ତା ଭାବେ ବାଙ୍କୀ ପୂଜ୍ଯପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ସଭାପତି ସୁନୀଲ କୁମାର ମିଶ୍ର ଯୋଗଦେଇ ” ଭାରତୀୟ ସ୍ଵତନ୍ତ୍ରତା ସଂଗ୍ରାମର ଇତିହାସ ” ଉପରେ ସାର ଗର୍ଭକ ବକ୍ତବ୍ୟ ରଖିଥିଲେ l ବରିଷ୍ଠ ଶିକ୍ଷକ ଶ୍ରୀପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ . ଉକ୍ତ ତିନି ଦିନିଆ କର୍ମଶାଳାରେ ପଥୁରିପଡା, ଗୟଳବାଙ୍କ, ବାଙ୍କୀ, ନିସ୍ତିପୁର, ବ୍ରହ୍ମପୁରା, ତୁଳସୀପୁର ଆଦି ଛଅ ଗୋଟି ବିଦ୍ୟାଳୟର ଆଚାର୍ଯ୍ୟ, ଆଚାର୍ୟା ମାନେ ତାଲିମ ନେଉଛନ୍ତି l ସାମୂହିକ ପରିଚୟ ପରେ ବନ୍ଦେ ମାତରମ୍ ପରିବେଷଣ ହୋଇଥିଲା l
ସାମୂହିକ ଆଚାର୍ଯ୍ଯ ପ୍ରଶିକ୍ଷଣ ଶିବିର ଉଦଘାଟିତ !!!

