ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶୋଇଥିବା ଅବସ୍ଥାରେ ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ । ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ଅଭିଯୋଗ ମୁତାବକ ଗତକାଲି ଚିଆଁଙ୍କ ସାହି ସ୍ଥିତ ଅଜୟ କୁମାର ପଣ୍ଡାଙ୍କ ପୁତ୍ରଙ୍କ ବ୍ରତୋପନୟନ କାର୍ଯ୍ୟକ୍ରମ ଥିଲା । ତେବେ କାର୍ଯ୍ୟକ୍ରମ ସଂନ୍ଧ୍ୟାରେ ସରିଥିବା ବେଳେ ବନ୍ଦାଣ ରେ ମିଳିଥିବା ୧୨ ଗୋଟି ସୁନା ମୁଦି ଏବଂ ପାଖାପାଖି ୩ ଲକ୍ଷ ଟଙ୍କା ସମେତ ଗୋଟେ ମୋବାଇଲକୁ ଏକ ବ୍ୟାଗରେ ରଖି ଅଜୟ ଏବଂ ପରିବାର ବର୍ଗ ରାତି ୧୧ ଘଟିକାରେ ଶୋଇ ପଡ଼ିଥିଲେ । ତେବେ ବିଳମ୍ବିତ ରାତ୍ରିରେ କୌଣସି ଦୁର୍ବୁତ୍ତ ଅଜୟଙ୍କ ଘର ପଛପଟ ତାଲା ଭାଙ୍ଗି ଉକ୍ତ ବ୍ୟାଗ ସହିତ ସମସ୍ତ ସୁନା ମୁଦି, ଟଙ୍କା ଏବଂ ମୋବାଇଲ ଲୁଟି ଫେରାର ହୋଇଯାଇଛି । ଏ ନେଇ ଅଜୟ ଜାଣିଲା ପରେ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଏବଂ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।
ଚିଆଁଙ୍କସାହି ଗ୍ରାମରୁ କବାଟ ଭାଙ୍ଗି ସୁନା ଅଳଙ୍କାର ସହ ନଗଦ ୩ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ !!!

