ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡ଼ି ଠାରେ ଠାକୁରଙ୍କର ମତ୍ସ୍ୟ ଓ କଚ୍ଛପ ଅବତାର ଦେଖିବାକୁ ମିଳିଛି । ଠାକୁରଙ୍କ ଦର୍ଶନ ସକାଶେ ସନ୍ଧ୍ୟା ହେଲେ ଭକ୍ତଙ୍କ ଭିଡ଼ ଜମୁଛି ।ପାଗ ଅନୁକୂଳ ଥିବା ରୁ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟି ଥିବାର ଦେଖିବାକୁ ମିଳିଛି । ଠାକୁରଙ୍କ ବିଭିନ୍ନ ଅବତାର ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଠାକୁର ଙ୍କର ଦଶ ଅବତାର ଦେଖିବା ସକାଶେ ଭକ୍ତଙ୍କ ସୁଅ ଛୁଟୁଛି । ଗୁଣ୍ଡିଚା ବାଡ଼ି ଠାରେ ଠାକୁର ଙ୍କର ଶୁଖିଲା ଭୋଗ ବିକ୍ରି ହେବା ସହ ମଧ୍ୟାହ୍ନ ରେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ଓ ରଥଯାତ୍ରା କମିଟି ର ଏହି ଭଳି ପଦକ୍ଷେପକୁ ଜିଲ୍ଲା ବାସୀ ପ୍ରଶଂସା କରିଛନ୍ତି । ସନ୍ଧ୍ୟା ହେଲେ ଜଗନ୍ନାଥ ମନ୍ଦିର ନିକଟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଛି । ଗୁଣ୍ଡିଚା ବାଡ଼ି ନିକଟରେ ମିନାବଜାର , ମୌତ କା କୁଆଁ, ରାମ ଦୋଳି, ବିଭିନ୍ନ ଖାଇବା ଜିନିଷ ଦୋକାନ ବଜାର ପସରା ପଡିଥିବାର ଦେଖିବାକୁ ମିଳିଛି । ଜନ ଗହଳି କୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ମୁତୟନ କରାଯାଇଛି ।
ବଡ ଠାକୁର ଙ୍କର ମତ୍ସ୍ୟ ଓ କଚ୍ଛପ ଅବତାର !!!

