ବାଲୁଗାଁ ପାଟଣା ସାହି ଗ୍ରାମରେ ପରଟାରେ ମହାପ୍ରଭୁ ଜଗନ୍ନାଥ : ଭାଇରଲ ହେଉଛି ଫଟୋ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପରଟାରେ ଦେଖାଦେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ହଁ, କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏକ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ସଦୃଶ ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ତଦନ୍ତରୁ ଜଣାପଡ଼ିଛି କି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ଉକ୍ତ ଫଟୋ ଟି ଭାଇରାଲ ହେଉଛି । ପାଟଣା ସାହି ଜଗନ୍ନାଥ ମନ୍ଦିର ସମୁଖରେ ରହୁଥିବା ରବୀନ୍ଦ୍ର ସୁବୁଦ୍ଧିଙ୍କ ପରିବାର ବର୍ଗ ପରଟା ତିଆରି କଲା ସମୟରେ ଗୋଟାଏ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ସଦୃଶ ଏକ ପ୍ରତିଛବି ଦେଖିବାକୁ ପାଇଥିଲେ । ଦେଖୁ ଦେଖୁ ତାହା ସୋସିଆଲ ମିଡିଆରେ ଭାଇରଲ ହେଇଗଲା । ସମ୍ପ୍ରତି ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପର୍ବ ଜାରି ରହିଥିବା ବେଳେ ଏହି ସମୟରେ ଏପରି ଦୃଶ୍ୟ ସାମ୍ନାକୁ ଆସିବା ଭକ୍ତ ମାନଙ୍କ ଆସ୍ଥାକୁ ଆହୁରି ବଢ଼ାଇ ଦେଇଛି । ଅନେକ ଭକ୍ତ ମାନେ ବର୍ତ୍ତମାନ ଉକ୍ତ ପରଟାକୁ ପୂଜା କରୁଥିବାର ମଧ୍ୟ ଦେଖାଯାଇଛି ।

Leave a Reply

Your email address will not be published. Required fields are marked *