ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଦେବଗିରି ବାନାଞ୍ଚଳ ଗଜପତି ଜିଲ୍ଲା ଜଙ୍ଗଲ ବିଭାଗ ଆନୁକୂଲ୍ୟରେ 73 ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ 100ରୁ ଅଧିକ ଚାରା ରୋପଣ କରାଯାଇଛି . ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରୋଦୋଷ କୁମାର ନାୟକ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ଓ ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ମଧ୍ୟ୍ୟ ଵୃକ୍ଷ ରୋପଣ ରେ ସହଯୋଗ କରିଥିଲେ . ଅନ୍ୟ ମାନଙ୍କ ମଧ୍ୟରେ ଦେବଗିରି ବନାଞ୍ଚଳ ର ପି. ଭେଣକେଟ ରମଣ, ଆର.ଭେଣକେଟ ରମଣ ପଟନାୟକ, ଶିବରାମ ଶବର, ନିତିନି ପଣ୍ଡା, ଅଭିରାମ ମହାନ୍ତି ଓ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର ଗାମିଏଲ ରାଇତ, ତନୁଜ ପାଣିଗ୍ରାହୀ, ଈଶାନ ଚାନ୍ଦ ଓଁକାର, ଏ. ରବି କୁମାର, ସି. ଏ. ଚ. ବୈକୁଣ୍ଠ, ପି. କଂଶୁ ପ୍ରମୁଖ ଉପସ୍ଥିତ ଥିଲେ .
73 ତମ ବନ ମହୋତ୍ସବ ସପ୍ତାହ ପାଳନ !!!

