ପଞ୍ଚାୟତ ନିର୍ବାଚନ ରେ ବିଫଳତା , ଛଅ ମାସ ପରେ ସମବାୟ ନିର୍ବାଚନ ଶାସକ ଦଳକୁ ଦେଲା ଆଶ୍ୱାସନା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା ବ୍କକର ସର୍ବବୃହତ୍ତ ତାଳବସ୍ତ ଗ୍ରାମ ପଞ୍ଚାୟତରେ ଛଅ ମାସ ତଳେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ସମର୍ଥୀତ ପ୍ରାର୍ଥୀ ପରାଜୟ ବରଣ କରିଥିଲେ । ବିରୋଧି ଦଳ ସମର୍ଥିତ ପ୍ରାର୍ଥୀ ଏବେ ସରପଞ୍ଚ ହୋଇଛନ୍ତି । ସେବେଠୁ ପରାଜିତ ଏବଂ ବିଜୟୀ ନେତାଙ୍କ ସମର୍ଥକ ଗୋଷ୍ଠୀ ଭିତରେ ଗୋଟେ ପ୍ରକାର ଛକାପଂଝା ଲାଗି ରହିଛି । ଦଳର ଜଣେ ଶୃଂଖଳିତ କର୍ମୀ ହିସାବରେ ପରାଜୟକୁ ଭୁଲି ବିଭିନ୍ନ ପ୍ରକାର ଜନକଲ୍ୟାଣ ମୂଳକ କାମରେ ସାମିଲ ହେଉଥିବା ଅକ୍ଷୟ କୁମାର ବେହେରା ତାଳବସ୍ତ ସେବା ସମବାୟ ସମିତିର ସଭାପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଲକ୍ଷ୍ମୀଧର ପାଲ୍ ନିର୍ବାଚନ ପରିଚାଳନା କରିଥିବା ବେଳେ ସମିତିର ସଂପାଦକ ପ୍ରଫୁଲ କୁମାର ଦାସ ସହଯୋଗ କରିଥିଲେ । ନୂତନ ସଭାପତି ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମରେ ଖୁସିବ୍ୟକ୍ତ କରି କହିଛନ୍ତି ଯେ, ତାଳବସ୍ତ , ଅରପୁର , ଦୁଲଣାପୁର ଗ୍ରାମର ସମସ୍ତ ଗରିବ ଚାଷୀଙ୍କୁ ଋଣ ପ୍ରଦାନ ସହିତ ମଣ୍ତି ଶିଘ୍ର ଖୋଲି ଧାନ ବିକ୍ରିର ସମସ୍ତ ସୁବିଧା ପ୍ରାଥମିକତା ହେବ ,ସେଥିପ୍ରତି ଧ୍ୟାନ ଦେବେ । ସଦାସର୍ବଦା ଚାଷ ଓ ଚାଷୀଙ୍କର ଉନ୍ନତି ପାଇଁ ସେ କାର୍ଯ୍ୟ କରିବେ । ଏଠାରେ ସୂଚନାଯୋଗ୍ୟ ଯେ ବାଙ୍କୀର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ରାଜନିତୀଜ୍ଞ ସ୍ବର୍ଗତ କୃପାସିନ୍ଧୁ ବେହେରାଙ୍କ କନିଷ୍ଠ ପୁତ୍ର ହେଉଛନ୍ତି ଅକ୍ଷୟ କୁମାର ବେହେରା । ତାଳବସ୍ତ ସମବାୟ ସମିତି ନିର୍ବାଚନ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଭଜମନ ନାୟକ, ସୁରେନ୍ଦ୍ର ନାୟକ, ପଠାଣୀ ବେହେରା, ଗୁରୁବାରୀ ମୁଦୁଲି, ସଂହିତା ସାହୁ, ସୁଶାନ୍ତ କୁମାର ମହାରଣା, ବିପିନି ପ୍ରଧାନ , ନିଲୁ ପରିଡା, ସ୍ନେହଁଲତା ବେହେରା, ସୁଧାଂଶୁ ଶେଖର ନାୟକ, ରାମାନନ୍ଦ ନାୟକ, ଜୟାନନ୍ଦ ବିଶ୍ବାଳ, ବିପିନି ବିହାରୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *