କଣ୍ଟାବାଡ଼ ସରସ୍ୱତୀ ଶିଶୁ ମନ୍ଦିର ସ୍ୱନକ୍ଷତ୍ର ଦିବସରେ ବୃକ୍ଷ ରୋପଣ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ଗ୍ରାମସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ୧୪ ତମ ସ୍ୱନକ୍ଷତ୍ର ଦିବସ ପାଳନ ଅଵସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏ ନେଇ ଅନୁଷ୍ଠାନର ସଭାପତି ମାନସ ରଞ୍ଜନ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବ ସମ୍ଭାଗ ସଭାପତି ଖୋର୍ଦ୍ଧା ଜିଲ୍ଲା ବିଭାଗ ନିରୀକ୍ଷକ ସୁଧିର କୁମାର ନାୟକ ମୁଖ୍ୟ ଅତିଥି, ପୂର୍ବତନ ସଂମ୍ଭାଗର ସଭାପତି କୁଳମଣି ମିଶ୍ର ମୁଖ୍ୟବକ୍ତା, ଶିକ୍ଷାବିତ ନଳିନୀ କାନ୍ତ ପଣ୍ଡା ଓ ଗିରିଜା କୁମାର ମହାପାତ୍ରଙ୍କ ସମେତ ବରିଷ୍ଠ ଅବସରପ୍ରାପ୍ତ ନାଗରିକ ବୃକ୍ଷ ରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *