ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପୁରାତନ ନୃତ୍ୟ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର ଦ୍ଵାରା ଉପାନ୍ତ ଅଞ୍ଚଳରେ ଶାସ୍ତ୍ରୀୟ ନୃତ୍ୟ , ଓଡ଼ିଶୀ ନୃତ୍ୟ ପ୍ରଭୃତିର ଅସ୍ମିତାକୁ ଜୀବନ ଠାରୁ ଅଧିକ ଭଲପାଇବା ଜରୁରୀ ଉପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି . ସ୍ଥାନୀୟ କରଣ ସାହିସ୍ଥ ବିଜୟ କ୍ଲବ୍ ଠାରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ସୀମାରେ ଏହି ଶୃଙ୍ଖଳିତ ଶାସ୍ତ୍ରୀୟ ନୃତ୍ୟକୁ ପ୍ରତିଟି ପରିବାର ଆପଣେଇବାକୁ ବକ୍ତାମାନେ ଉଦବୋଧନ ଦେଇଥିଲେ । ଏହି ଅବସରରେ ଜିଲ୍ଲା ପ୍ରଶାସନ ଦ୍ବାରା ପଞ୍ଜୀକୃତ ଅନୁମତି ପାଇଁ ଏହି ଅନୁଷ୍ଠାନର ପ୍ରାଣକର୍ତ୍ତା ତଥା ସମ୍ପାଦିକା ଡି.ପ୍ରିୟଙ୍କା ଜିଲ୍ଲା ପ୍ରଶାସନ କୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ଭାବେ ପାରଳା ପୌର ପରିଷଦର ଅଧକ୍ଷା ନିର୍ମଳା ସେଠୀ, ମୁଖ୍ୟ ବକ୍ତା ଭାବେ ଡ଼କ୍ଟର କଲ୍ୟାଣୀ ମିଶ୍ର, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଆଦର୍ଶ ଦାସ, ମମତା ପାଢ଼ୀ, ଡି ମୋହନ୍ ରାଓ, ସ୍ମିତା ମିଶ୍ର ମଞ୍ଚାସିନ ଥିଲେ । ଅରୂପାଞ୍ଜଳି ମହାନ୍ତି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବାଳକୃଷ୍ଣ ପାଣିଗ୍ରାହୀ, ନିତ୍ୟାନନ୍ଦ ଚୌଧୁରୀ ପ୍ରସାଦ ପଣ୍ଡା ପ୍ରଭୃତିଙ୍କ ସହଯୋଗରେ ଏହି ସାଂସ୍କୃତିକ ସମାରୋହ ସମାପନ ହୋଇଥିଲା ।
ଉପାନ୍ତ ଅଞ୍ଚଳରେ ଶାସ୍ତ୍ରୀୟ ନୃତ୍ୟ , ଓଡ଼ିଶୀ ନୃତ୍ୟ ପ୍ରଭୃତିର ଅସ୍ମିତା କୁ ଜୀବନ ଠାରୁ ଅଧିକ ଭଲ ପାଇବା ଜରୁରୀ !!!

