ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ ଦୁଇ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ ବୋଲବମ ଯାତ୍ରା ଆରମ୍ଭ ହେଲା । ଶ୍ରାବଣ ମାସର ପ୍ରଥମ ସୋମବାରରେ ବାଣପୁର ଅଞ୍ଚଳର ଶୈବ ପୀଠରେ ଭକ୍ତଙ୍କ ଜଳାଭିଷେକ । ବିଶ୍ବାସ ରହିଛି ଯେ, ଶ୍ରାବଣ ମାସ ସୋମବାରରେ ଶିବଙ୍କ ମସ୍ତକରେ ଜଳ ଅର୍ପଣ କଲେ ପୂଣ୍ୟ ହୁଏ । ସେଥିପାଇଁ ଏହି ମାସରେ ଭକ୍ତ ମାନେ କାନ୍ଧରେ ବାହାଙ୍ଗି ଧରି ପବିତ୍ର ନଦୀରୁ ଜଳ ଆଣି ଶିବଙ୍କୁ ସମର୍ପଣ କରିଛନ୍ତି । ଆଜି ଓଡିଶାର ସମସ୍ତ ଶୈବ ପୀଠରେ ବୋଲବମ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ସେହିପରି ବାଣପୁର ର ସମସ୍ତ ଶିବାଳୟରେ ଶହ ଶହ କାଉଡି ଭକ୍ତ ଜଳାଭିଷେକ କରିଛନ୍ତି । ପ୍ରଥମ ସୋମବାରରେ ସେତେଟା ଭିଡ ନଥିଲା । ପରବର୍ତ୍ତି ସୋମବାରରେ ଏହି ଭିଡ ଅଧିକ ପରିଲକ୍ଷିତ ହେବ।
ଶ୍ରାବଣ ପ୍ରଥମ ସୋମବାର ରେ ବାଣପୁର ଅଞ୍ଚଳର ଶୈବପୀଠରେ ଭକ୍ତଙ୍କ ଜଳାଭିଷେକ !!!

