ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ୮୫୦ ତମ ଦିବସ କାର୍ଯ୍ୟକ୍ରମର ୩୪ ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାରା ପୃଥିବୀରେ ମହାମାରୀ କରୋନାର ପ୍ରକୋପ କମି କମି ଆସୁଥିବା ବେଳେ ସଚେତନତାର ଅଭାବରୁ ଅନେକ ଜାଗାରେ ଏହା ତା’ ର କାୟା ବିସ୍ତାର କରିବା ଆରମ୍ଭ କରିଦେଇଛି । ଜୀବନ ଜୀବିକା ହରାଇଥିବା ବ୍ୟକ୍ତି ମାନେ କର୍ମ ସଂସ୍ଥାନର ଅଭାବରୁ ଦାରିଦ୍ର୍ୟତା ଭିତରେ ଗତି କରୁଥିବାର ଦେଖିବାକୁ ମିଳୁଛି । ଏବେବି ରାସ୍ତା କଡରେ ଅଇଁଠା ପତ୍ର ଚାଟି ବଞ୍ଚୁଥିବା ଲୋକ ମାନଙ୍କୁ ଦେଖିବାକୁ ମିଳୁଛି । ଏଣୁ ଅସଚେତନ ବ୍ୟକ୍ତିକୁ ସଚେତନ, ଅସହାୟକୁ ସହାୟତା, ଭୋକିଲାର ପେଟକୁ ଦାନା, ଫୁଙ୍ଗୁଳାର ଦେହକୁ କନା, ବସ୍ତିର ପିଲାମାନଙ୍କୁ ପାଠ ପଢି ଭଲ ମଣିଷ ହେବା ଉଦ୍ଦେଶ୍ୟରେ ପାଠ୍ୟ ଉପକରଣ ଆଦି ଯୋଗାଇଦେବା ଉଦ୍ଦେଶ୍ୟରେ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଏ ସଂଘର୍ଷ ଜାରୀ ରଖିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ “ଚିନ୍ମୟ ଫାଉଣ୍ଡେସନ” . ଆଜକୁ ଦୀର୍ଘ ୮୫୦ ଦିନ ଧରି ଏହି କାର୍ଯ୍ୟକ୍ରମ ସଫଳତାର ସହିତ ଜାରି ରହିଥିବାର ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା, ବିଚାର ବିମର୍ଷ, ଆଗାମୀ ଦିନର କାର୍ଯ୍ୟକ୍ରମ ନିମନ୍ତେ ତରିକା ପ୍ରସ୍ତୁତ, ନିଧି ସଂଗ୍ରହ, ଦାୟିତ୍ୱ ବଣ୍ଟନ ଆଦି ନିମନ୍ତେ ପ୍ରତି ୨୫ ଦିନରେ ଏହାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଚିନ୍ମୟ ଫାଉଣ୍ଡେସନର ୮୫୦ ତମ ଦିବସର ନିରବଚ୍ଛିନ୍ନ ପ୍ରକ୍ରିୟାରେ ଚାଲିଥିବା କାର୍ଯ୍ୟକ୍ରମର ୩୪ ତମ ସମୀକ୍ଷା ବୈଠକ ସ୍ଥାନୀୟ ମଙ୍ଗଳପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭିକ ପର୍ଯ୍ୟାୟରେ ସଚେତନତା କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହିର କୁମାର ଦୀର୍ଘ ୮୫୦ ଦିନର ନିରବଚ୍ଛିନ୍ନ ଯାତ୍ରାର ଉତ୍ଥାନ ପତନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସମୀକ୍ଷକ ଭାବରେ ଶିଶୁ ସାହିତ୍ୟିକ ତଥା ସାମ୍ବାଦିକ ଧୀରେନ୍ଦ୍ର ମଲ୍ଲିକ, ସାହିତ୍ୟିକ ତଥା ଶିକ୍ଷାବିତ ଶୁଭେନ୍ଦୁ କୁମାର ମହାପାତ୍ର, ବେତାର ଓ ଦୂରଦର୍ଶନ ଅଭିନେତା ତଥା ଶିକ୍ଷାବିତ ଶରତ ଚନ୍ଦ୍ର ନାୟକ ଆଦି ଯୋଗଦାନ କରି ବିଗତ ଦିନର କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରିବା ସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ସଚେତନତା କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହିର କୁମାର କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ବିବରଣୀ ସହ ବୈଠକର ସଂଚାଳନ କରିଥିଲେ । ଫାଉଣ୍ଡେସନର ଦିନସଂଖ୍ୟା ୮୪୭ ରୁ ୮୫୦ ପର୍ଯ୍ୟନ୍ତ ସମାଜସେବୀ ଶ୍ରୀକ୍ଷେତ୍ର ସାହୁଙ୍କ ତତ୍ୱବାଧାନରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ସହ କରୋନା କିଟ୍ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଥିଲା । ସଚେତନତାର ଅଭାବରୁ ଓଡ଼ିଶାରେ ପୁଣି ମହାମାରୀ କରୋନାର ପ୍ରକୋପ ଦେଖିବାକୁ ମିଳୁଛି । ଏଣୁ ଏହି ସଚେତନତା କାର୍ଯ୍ୟକ୍ରମ ଓ କରୋନା କିଟ୍ ବଣ୍ଟନ ଆପାତତଃ ଚଳିତ ବର୍ଷର ଶେଷ ସପ୍ତାହ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଚାଲୁ ରହିବ ବୋଲି ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *