ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ଆଜି ଜଣେ ଦୁର୍ଦ୍ଦାନ୍ତ ଆନ୍ତଜିଲ୍ଲା ଅପରାଧୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅପରାଧୀ ଜଣକ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ମିଞ୍ଚିପାଟଣାର ତ୍ରିପତି ଗୌଡ଼ ଓରଫ ଛୋଟୁ । ବାଣପୁର ଥାନାର ଏକ ଡକାୟତି ଏବଂ ମରଣାନ୍ତକ ଆକ୍ରମଣ ମାମଲାରେ ଜଡ଼ିତ ଥିବା ଏହି ଅଭିଯୁକ୍ତଙ୍କୁ ଦୀର୍ଘ ଦିନ ହେଲା ପୋଲିସ ଖୋଜୁଥିଲା । ତେବେ ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ଚଢ଼ାଉ କରାଯାଇ ଛୋଟୁ କୁ ଗିରଫ କରାଯାଇଛି । ଛୋଟୁଙ୍କ ବିରୋଧରେ ଭୁବନେଶ୍ୱର କମିଶନେରେଟ, ଖୋର୍ଦ୍ଧା, ଗଞ୍ଜାମ ଏବଂ ନୟାଗଡ଼ ଜିଲ୍ଲାରେ ୧୩ ଗୋଟି ମାମଲା ଥିବାର ପୋଲିସ କହିଛି ।
ଦୁର୍ଦ୍ଦାନ୍ତ ଆନ୍ତଜିଲ୍ଲା ଅପରାଧୀ ଛୋଟୁକୁ ଗିରଫ କଲା ବାଣପୁର ପୋଲିସ !!!

