ଚିଲିକା ହାଟବରଡ଼ିହ ତରାପି ଗାଁ’ରେ ଶୌଚ ବେଳେ ବୁଡ଼ି ଯାଇଥିଲେ ଯୁବକ : ୨ ଦିନ ପରେ ମିଳିଲା ମୃତଦେହ !!!

0
479

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହାଟବରଡ଼ିହ ପଞ୍ଚାୟତ ତରାପି ଗାଁରେ ଘଟିଛି ଏହି ଅଘଟଣ । ଆଜକୁ ୨ ଦିନ ପୂର୍ବେ ତରାପି ଗାଁର ତପନ ବିଶ୍ୱାଳ ସନ୍ଧ୍ୟା ସମୟରେ ତାଙ୍କ ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ, ଅନେକ ସମୟ ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ । ଗାଁ ଲୋକେ ଜାଣିବାକୁ ପାଇଥିଲେ ଯେ ତରାପି ଗାଁର ପଦ୍ମ ପୋଖରୀରେ ଶୌଚ ବେଳେ ତପନ ପୋଖରୀରେ ବୁଡି ଯାଇଛି । ସ୍ଥାନୀୟ ଲୋକ ଏବଂ ଗଙ୍ଗାଧରପୁର ଅଗ୍ନିଶମ ବିଭାଗର କର୍ମଚାରୀ ଦୀର୍ଘ ୨ ଦିନ ଧରି ଖୋଜାଖୋଜି ଜାରି ରଖିଥିଲେ ହେଲେ ତପନକୁ ଠାବ କରିବାରେ ବିଫଳ ହୋଇଥିଲେ । ଆଜି ହଠାତ୍ ସେହି ପୋଖରୀରେ ତପନର ମୃତଦେହ ଭାସୁଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here