ସିଆରପିଏଫ ର ୮୩ ତମ ଜନ୍ମ ବାର୍ଷିକ ପାଳନ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫ ହେଡକ୍ୱାର୍ଟର ପରିସରରେ ସିଆରପିଏଫ ର ୮୩ ତମ ଜନ୍ମ ଦିବସ ମହା ସମାରୋହରେ ପାଳନ ହୋଇଯାଇଛି | ଏହି ଉତ୍ସବରେ କମାଡେଣ୍ଟ ଶ୍ରୀ ଆନନ୍ଦ ଝା ଉପସ୍ଥିତ ରହି ଶହୀଦ ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ସମସ୍ତ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା ଜଣାଇ ବିଶ୍ୱସ୍ତତା ଏବଂ ଆନ୍ତରିକତା ସହିତ ଜବାନ ମାନେ ନିଜ ନିଜ ର କର୍ତ୍ତବ୍ୟ ସମ୍ପାଦନ କରିଥିବା ବଳ କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଜାରୀ ରଖିବା ପାଇଁ ନିଜ ବକ୍ତବ୍ୟ ରେ କହିଥିଲେ | ଏହି ଉପଲକ୍ଷେ ୟୁନିଟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଯାହା ଫୋର୍ସର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଆରମ୍ଭ ହୋଇଥିଲା l ଅତି – ଉତ୍କଷ୍ଠ ସେବା ପଦକ ଏବଂ ଉତ୍କଷ୍ଠ ସେବା ପଦକ ପ୍ରଦାନ କରାଯାଇ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । ଅପରାହ୍ନରେ ଦୁଇଟି କମ୍ପାନୀ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ୍ ମ୍ୟାଚ୍ ଆୟୋଜିତ ହୋଇଥିବା ବେଳେ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ୟୁନିଟ୍ ଅଧିକାରୀ, ଏବଂ ଜବାନ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *