ବାଲୁଗାଁ ଏନ୍ଏସି ରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିକ୍ଷା ଶିବିର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜିଲ୍ଲା ସ୍ଵଳ୍ପ ସଞ୍ଚୟ କାର୍ଯ୍ୟାଳୟ ଖୋର୍ଦ୍ଧା ସୌଜନ୍ୟତାରେ ବାଲୁଗାଁ ଏନ୍ଏସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏନ୍ଏସି ର ଉପାଧକ୍ଷ ଭଗବାନ ପ୍ରଧାନ ସଭପତିତ୍ଵ କରିବା ସହ ଅର୍ଥ ବିଭାଗର ଯୁଗ୍ମ ସମ୍ପାଦକ ପି.କେ. ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଅର୍ଥ ବିଭାଗର ସହ ନିର୍ଦ୍ଦେଶକ ଶଙ୍କର୍ଷଣ ପଟ୍ଟନାୟକ, ବଲାଙ୍ଗିର ଡି ଏସ୍ ଏସ୍ ଓ ବି.କେ ଶତପଥି , ରଞ୍ଜନ ଦାସ , ଭୁବନେଶ୍ଵର ଡି ଏସ୍ ଏସ୍ ଓ ମମତା ନାୟକ , ବାଲୁଗାଁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ଵପ୍ନାରାଣି ପାଢୀ, ଚିଲିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଷମା ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଆଶାକର୍ମୀ , ଅଙ୍ଗନବାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଡାକ ବିଭାଗର ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ । ଜନ ସାଧାରଣ କିଭଳି ନିଜ ଟଙ୍କା ସୁରକ୍ଷିତ କରି ରଖିବା ସହ ବିଭିନ୍ନ ଠକେଇରୁ କେମିତି ନିଜକୁ ରକ୍ଷା କରିବେ ଓ ସଞ୍ଚୟ ଦ୍ଵାରା କେମିତି ଉଜ୍ଜଳ ଭବିଷ୍ୟତ ନିର୍ମାଣ କରି ପାରିବେ ମଞ୍ଚାସିନ ଅତିଥି ବୃନ୍ଦ ଅଭିଭାଷଣ ରଖିଥିଲେ । ବାଲୁଗାଁ ପୋଷ୍ଟ ମାଷ୍ଟର ଅମୀୟ ରଞ୍ଜନ ଓଝା ଡାକ ବିଭଗ ଦ୍ଵାରା ଯୋଗାଇ ଦିଆଯାଉଥିବା ସମସ୍ତ ପ୍ରକାର ସେବା ବିଷୟରେ ବିସ୍ତୃତ ଆଲୋଚନା କରିବା ସହ ବର୍ତ୍ତମାନ ସମୟରେ ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମ ଯଥା ଏ ଟି ଏମ୍, ନେଟ୍ ବ୍ୟାଙ୍କିଙ୍ଗ , ମୋବାଇଲ୍ ବ୍ୟାଙ୍କିଙ୍ଗ , ଏନ୍ ଇ ଏଫ୍ ଟି ଜରିଆରେ କିଭଳି ଟଙ୍କା କାରବାରର ସହଜ ହୋଇ ପାରିବ ସେଥି ପ୍ରତି ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲେ ଉପସ୍ଥିତ ଥିବା ସାଧାରଣ ଜନତାଙ୍କର । ଏହି କାର୍ଯ୍ୟକ୍ରମରେ ପ୍ରଫୁଲ କୁମାର ସିହଂ ମଞ୍ଚ ପରିଚାଳନା କରିଥିଲେ । ଖୋର୍ଦ୍ଧା ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଅଧିକାରୀ ସତ୍ୟ ନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା କାର୍ଯ୍ୟାଳୟ ତରଫରୁ ଏହି କାର୍ଯ୍ୟକ୍ରମକୁ ସର୍ବ ସାଧାରଣରେ ପ୍ରସଂଶା କରାଯାଇଛି ।

Leave a Reply

Your email address will not be published. Required fields are marked *