ବାଣପୁର କୃତିବାସ ଭବନ ପରିସରରେ ଟୀକାକରଣ ରେ ଅବ୍ୟବସ୍ଥା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର କୃତିବାସ ଭବନ ରେ ୧୮ ବର୍ଷ ରୁ ଉର୍ଦ୍ଧ ଲୋକଙ୍କୁ ଟୀକାକରଣରେ ଦେଖା ଯାଇଛି ଅବ୍ୟବସ୍ଥା . ସାରା ଭାରତ ବର୍ଷରେ କରୋନାର ଭିନ୍ନ ଭିନ୍ନ ଭାରିଏଣ୍ଟ , ଓମିକ୍ରନ ଓ କରୋନା ର ତୃତୀୟ ଲହର ପ୍ରାଦୁର୍ଭାବକୁ ସମ୍ପୂର୍ଣ୍ଣ ପ୍ରତିହତ କରିବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ . ପ୍ରଥମ ଓ ଦିତୀୟ ଡୋଜ ଟୀକା ନେଇଥିବା ୧୮ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ମାନଙ୍କ ପାଇଁ ଜୁଲାଇ ୧୫ ତାରିଖ ରୁ ପ୍ରିକସନ ଡୋଜ ଟିକା କରଣ ଅଭିଯାନ ଆରମ୍ଭ ହୋଇ ଯାଇଛି । ଏହି କ୍ରମରେ ବାଣପୁର ମେଡିକାଲ ଓ ପଲଟନ ପଡ଼ିଆ କୃତିବାସ ଭବନରେ ଦୁଇଗୋଟି ଟୀକା କେନ୍ଦ୍ର ଖୋଲା ଯାଇଥିବା ବେଳେ ମାରାତ୍ମକ ଭୁତାଣୁ କରୋନା ଠୁ ଦୁରେଇବାକୁ ନାଗରିକ ମାନେ ଟୀକା ନେଉଥିବା ବେଳେ କୃତିବାସ ଭବନ ପରିସରରେ ଦେଖିବାକୁ ମିଳିଛି ଟୀକାକରଣ ରେ ଘୋର ଅବ୍ୟବସ୍ଥା . ମେଡ଼ିକାଲ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ କୌଣସି ବ୍ୟକ୍ତି ଗାଇଡ୍ କରୁ ନଥିବା ବେଳେ ନାଗରିକ ମାନେ କୋଭିଡ କଟକଣାକୁ ଫୁ କରି ଗୋଟିଏ ଜାଗାରେ ଏକତ୍ରିତ ହୋଇ ଏବଂ କାହା ମୁହଁରେ ମାସ୍କ ନ ଥାଇ ଟୀକା ନେଉଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *