ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି କୁ ପାଳନ କଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନିର୍ବାଚନ ଆସିଲେ ନେତା ମାନେ ଦିଅନ୍ତି ଅନେକ ପ୍ରତିଶୃତି । ନିର୍ବାଚନ ପର ଦିନ ସେସବୁ ହୋଇଯାଏ ପାଣିର ଗାର । କିନ୍ତୁ ନିର୍ବାଚନ ପୁର୍ବରୁ ଦେଇଥିବା ପ୍ରତିଶୃତି କୁ ପାଳନ କରିଛନ୍ତି ନୟାଗଡ଼ ସଦର ବ୍ଲକ ଚଣ୍ଡିବସ୍ତ ପଞ୍ଚାୟତ ସମିତି ସଭ୍ୟ ତଥା ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଏବଂ ତାଙ୍କ ପତ୍ନୀ ଭାଟସାହି ପଞ୍ଚାୟତ ସରପଞ୍ଚ ସାରଦା କୁମାରୀ ସାହୁ । ଅଭିଭକ୍ତ ଭାଟସାହି ପଞ୍ଚାୟତ ମୁଥାଗାଡିଆ, ଚଣ୍ଡିବସ୍ତ ଏବଂ ଭାଟସାହି ପଞ୍ଚାୟତ ରେ ଦଳ ମତ ନିର୍ବିଶେଷରେ ଏହି ତିନି ପଞ୍ଚାୟତ ରେ ଯେକୌଣସି ବ୍ୟକ୍ତି ତାଙ୍କ ନିଜ ଝିଅର ବାହାଘର କରିବେ ସେ ପରିବାରକୁ ୧୦ ହଜାର ଟଙ୍କା ସହାୟତା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ନିଜର କଥା ରକ୍ଷା କରିଛନ୍ତି ବ୍ଲକ ଅଧ୍ୟକ୍ଷ ଏବଂ ସରପଞ୍ଚ ପତି ପତ୍ନୀ ଦୁଇ ଜଣ। ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ବିଧାୟକ ଡ.ଅରୁଣ କୁମାର ସାହୁ ଙ୍କ ଉପସ୍ଥିତି ରେ ନିଜର ପ୍ରତିଶୃତି ରକ୍ଷା କରି ଅବିଭକ୍ତ ଭାଟସାହି ପଞ୍ଚାୟତ ର ଏହି ଚାରି ମାସ ମଧ୍ୟରେ ଝିଅ ବାହାଘର କରିଥିବା ୩୦ ଟି ପରିବାର କୁ ଦଶ ହଜାର ଟଙ୍କା ଲେଖାଏଁ ସାହାଯ୍ୟ ପ୍ରଦାନ କରିଥିଲେ । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପାଳନ କରିଥିବାରୁ ଉଭୟ ପତି ପତ୍ନୀ ଙ୍କୁ ବିଧାୟକ ଡ.ଅରୁଣ କୁମାର ସାହୁ ପ୍ରଶଂସା କରିଛନ୍ତି ।

 

Leave a Reply

Your email address will not be published. Required fields are marked *