ଘୁର୍ଣ୍ଣି ବଳୟ ସକ୍ରିୟ : ଆଜିଠୁ ବଢିବ ବର୍ଷା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଘୁର୍ଣ୍ଣି ବଳୟ ସକ୍ରିୟ , ପ୍ରଭାବରେ ଆଜିଠୁ ବଢିବ ବର୍ଷା . ପଶ୍ଚିମ – କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ୭ ତାରିଖ ବେଳକୁ ଉତ୍ତର – ପଶ୍ଚିମ ଏବଂ ତତ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଜିଠୁ ବର୍ଷାର ପରିମାଣ ବଢିବ , ଆସନ୍ତା କାଲିଠୁ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଯିବ । ୬ ରୁ ୧୦ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି) ୮ ଏବଂ ୯ ତାରିଖ ମଧ୍ୟରେ କିଛ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି ( ୨୦ସେମି) ।

 

Leave a Reply

Your email address will not be published. Required fields are marked *