ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ଅଗରଖଣ୍ଡି ଗ୍ରାମ ଠାରେ ବିଜେଡ଼ିର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଗରଖଣ୍ଡି ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୁସ୍ତକ , ଖାତା, କଲମ , ପେନସିଲ ପ୍ରଦାନ କରାଯାଇଛି । ତାହା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳା ରାଜ କୁମାରୀ କଲ୍ୟାଣି ଗଜପତି, ସମ୍ମାନୀତ ଅତିଥି ଭାବେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ଜିଲ୍ଲା ବିଜେଡ଼ି ଯୁବ ସଭାପତି ଏସ ଲିଙ୍ଗରାଜ, ଜିଲ୍ଲାର ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଚ୍ଛା, ବିଜେଡି କର୍ମୀ ଜମାଦାର ପଟ୍ଟନାୟକ, ଅଗରଖଣ୍ଡି ସରପଞ୍ଚ ଉପଲଡା , ସମିତି ସଭ୍ୟ ବାଲ ଧନଞ୍ଜୟ, ଗୋଶାଣି ବିଜେଡି ବ୍ଳକ ସଭାପତି ଈଶ୍ୱର ରାଓ, ଗୋଶାଣି ବ୍ଳକ ବିଜେଡି ଉପ-ସଭାପତି ପାଲକା ନାଗେଶ୍ୱର ରାଓ, ଗଜପତି ଜିଲ୍ଲା ଛାତ୍ର ବିଜେଡି ସଭାପତି ବିଶ୍ୱଜିତ ତ୍ରିପାଠୀ, ଅଗରଖଣ୍ଡି ସମିତି ସଭ୍ୟ ଚୈତନ୍ୟ ବରାଡ଼, ବିଜେଡି କର୍ମୀ ଡିଲେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପ୍ରକାରେ ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲୁ ରହିବ ।
ବିଜେଡିର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ରୋପଣ ଏବଂ ଛାତ୍ର ଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ !!!

