୧୪ ଅଗଷ୍ଟ ୪୨ ମୌଜା ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେବାକୁ ସଭାପତି ଝରା ଭାଇଙ୍କ ନିବେଦନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଭାରତ ବର୍ଷ ସ୍ଵତନ୍ତ୍ରତା ଅମୃତ ମହୋତ୍ସବ କୁ ନେଇ ୪୨ ମୌଜାରେ ତ୍ରିରଙ୍ଗା ଯାତ୍ରା ଆସନ୍ତା ୧୪ ଅଗଷ୍ଟ ଦିନ ସକାଳ‌ ୧୦ ଟାରେ ଅନୁଷ୍ଠିତ ହେବ . ଏହି ତ୍ରିରଙ୍ଗା ଯାତ୍ରା କଟକ ସଦର ୪୨ ମୌଜା ଝିଙ୍କିରିଆ ରଣାଷଣ୍ଢ ମନ୍ଦିରରୁ ବାହାରି ନୀଳକଣ୍ଠ ପୀଠ ବରାଳରେ ପହଞ୍ଚିବ । ଏହି କାର୍ଯ୍ୟକ୍ରମ ଭାରତର ୭୫ ତମ ସ୍ଵାଧିନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ସ୍ଵତନ୍ତ୍ରତାର ଅମୃତ ମହୋତ୍ସବ ସମାରୋହ ସମିତି ୪୨ ମୌଜାର କାର୍ଯ୍ୟକାରିଣୀ କମିଟି ସଭାପତି ସମାଜସେବୀ ନାରାୟଣ ମହାନ୍ତି ( ଝରା ଭାଇ ) ଓ ସାଧାରଣ ସମ୍ପାଦକ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି । ଏହି ତ୍ରିରଙ୍ଗା ଯାତ୍ରାରେ ସମସ୍ତେ ଯୋଗଦାନ କରିବାକୁ ସଭାପତି ଝରା ଭାଇ ନିବେଦନ କରିଛନ୍ତି । ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ସଭାଗୃହରେ ଅନୁଷ୍ଠିତ ବୈଠକରେ ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ଦେବତା, ସର୍ବ ବ୍ୟବସ୍ଥା ପ୍ରମୂଖ ଅଶିମ ଦାସ, ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ଆଚାର୍ଯ୍ୟ, ଅଭ୍ୟର୍ଥନା କମିଟି ପ୍ରମୁଖ ଦେବେନ୍ଦ୍ର ସ୍ବାଇଁ, ମହିଳା ପ୍ରମୁଖ ଜୟନ୍ତୀ ସାହୁ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଆର୍ତ୍ତ ଭଞ୍ଜନ ମହାପାତ୍ର, ଗାନ୍ଧୀ ଗୁରୁ ଦାସ, ଅନୀଲ ମହାପାତ୍ର, ଅଜୟ ନାୟକ, ସାଗର ବେହେରା, ଅମର ଦାଶ, ସୁରେଶ ପ୍ରଧାନ, ସୁଜିତ ଦାସ ଏବଂ କୃଷକ ଓ ଶ୍ରମିକ ନେତା ଦେବୀ ପ୍ରସାଦ ପତି ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *