ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଶିକ୍ଷାର ବିକାଶ ଓ ବିଦ୍ୟାଳୟର ଉନ୍ନତି ପାଇଁ “ମୋ ସ୍କୁଲ” ଅଭିଯାନ ଅନ୍ତର୍ଗତ ପୋଷ୍ୟ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହେଲେ ପାଲଲହଡା ବିଧାୟକ ମୁକେଶ କୁମାର ପାଳ । ଶିକ୍ଷା ମଣିଷର ବ୍ୟକ୍ତିତ୍ଵର ବିକାଶରେ ସହାୟକ ହୋଇଥାଏ । ବିଧାୟକ ଶ୍ରୀଯୁକ୍ତ ପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ – ହାତୀଘିଞ୍ଚା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ – ଫପଣ୍ଡ ଉଚ୍ଚ ବିଦ୍ୟାଳୟ କୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଛନ୍ତି ।
ଏଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଙ୍କୁ ପତ୍ର ଲେଖି ଜଣାଇଛନ୍ତି । ପତ୍ରରେ ଲେଖିଛନ୍ତି ଯେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହୋଇ ଅନ୍ୟ ପ୍ରତି ଉଦାହରଣ ସୃଷ୍ଟି କରିବାରେ ପ୍ରୟାସ ଜାରି ରଖିବେ ।