ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ବଡ଼ ଗୋଶାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲ ପାଡୁ ଗ୍ରାମ ଠାରେ ଏଚ ଏଲ ଏଫ ପି ପି ଟି ଏମ୍ ରାଇଟ ଗଜପତି ତରଫରୁ କୋଭିଡ଼19 ଟୀକାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା କେନ୍ଦ୍ର ସରକାରଙ୍କ ମୁକ୍ତ ଟୀକାକରଣକୁ ସଫଳ କରିବା ଏବଂ ସମାଜରେ ସୁସ୍ଥ ବାତାବରଣ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ନିଜେ ଏବଂ ନିଜ ପରିବାରଙ୍କୁ କରୋନା ଠାରୁ ଦୂରେଇ ରଖିବା । ଯେଉଁମାନେ ଟୀକା ନେଇ ନାହାନ୍ତି ସମସ୍ତଙ୍କୁ ମୁକ୍ତ ଟୀକା ନେବା ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏଥିରେ ଗ୍ରାମର ୱାର୍ଡ ସଭ୍ୟା ସନ୍ତୋଷୀ ନାୟକ ଅଙ୍ଗନବାଡି କର୍ମୀ ମମତା ଜେନା, ଆଶା କର୍ମୀ ସରୋଜିନୀ ପାତ୍ର, ଗ୍ରାମର ଭଦ୍ରବ୍ୟକ୍ତି ପ୍ରେମ ଜେନା, ଚନ୍ଦ୍ର ମୋହନ ସାମଲ, ନିରଞ୍ଜନ ସାମଲ, ସୁଧୀର ପାତ୍ର ଏବଂ ଗ୍ରାମର ପୁରୁଷ ଓ ମହିଳା ମାନେ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଏଚ ଏଲ ଏଫ ପି ପି ଟି ଏମ୍ ରାଇଟ ଗଜପତି ଗୋଶାଣି ବ୍ଳକର ବ୍ଳକ ଅଧିକାରୀ ବିଜୟ ସଙ୍କର ପାଢ଼ୀ ପ୍ରୋଜେକ୍ଟ ଭିଡିଓ ମାଧ୍ୟମରେ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ସଚେତନ କରାଇଥିଲେ । ଶେଷରେ ଗ୍ରାମର ଅବସର ସୈନିକ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଜଙ୍ଗଲ ପାଡୁ ଗ୍ରାମରେ କୋଭିଡ଼ 19 ଟୀକାକରଣ ସଚେତନତା କାର୍ଯ୍ୟକ୍ରମ !!!

