ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷର ତୃତୀୟ ତମ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁଯାୟୀ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି ଜିଲ୍ଲା ତଥା ଦୌରା ଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ତଦାରଖ କରିବା ସଙ୍ଗେ ସଙ୍ଗେ ନିଜ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ।ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ବିଚାରଧୀନ ଥିବା କିମ୍ବା ପ୍ରାକ ମକଦ୍ଦମା ମାମଲାରେ ତ୍ୱରିତ ଵିଚାର ପାଇଁ ପଦକ୍ଷେପ ସ୍ୱରୂପ ବିଭିନ୍ନ କୋର୍ଟ ବ୍ୟାଞ୍ଚ ମାନ ପ୍ରତିଷ୍ଠା କରାଯାଇଥିଲା।ଲୋକ ଅଦାଲତରେ ପରିବାର ଅଦାଲତ ଜଜ ଶ୍ରୀ ସୁବ୍ରତ ମହାନ୍ତି, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ପ୍ରଦୀପ କୁମାର ସାମଲ,ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା, ବରିଷ୍ଠ ଦେୱାନି ବିଚାରପତି ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ, କୋର୍ଟ ରେଜିଷ୍ଟାର ଶ୍ରୀ ସତ୍ୟ ବ୍ରତ ରାଣା,ଉପ ଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀଣୀ ଶ୍ରୀମତୀ ବର୍ଷା ଶର୍ମା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଶୁଭଜିତ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।

ସେହିପରି ଭାବେ ଆର ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଦେୱାନି ବିଚାରପତି ତଥା ସବ ଜଜ ଶ୍ରୀ ପୁଣ୍ୟ ଶ୍ଳୋକ ରଥ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ପାରସ ପାଢ଼ୀ, ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ବିରଜା ପ୍ରସାଦ ପଣ୍ଡା ଓ କାଶୀ ନଗର କୋର୍ଟ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରୀଣି ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ।ସେହିପରି ଆଞ୍ଚଳିକ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀ ତୁଷାର ହେଁମ୍ରମ ଉପସ୍ଥିତ ରହି ଯାନ ବାହନ ଯାଞ୍ଚ ସମ୍ବନ୍ଧୀୟ କେସ ଗୁଡିକର ତ୍ୱରିତ ଫଇସଲା ଓ ସମାଧାନ କରିଥିଲେ।ଆୟୋଜିତ ଲୋକ ଅଦାଲତରେ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ମାମଲାର ସମାଧାନ ପାଇଁ ଚେଷ୍ଟା କରି ଥିଲେ।ବିଭିନ୍ନ ତହସିଲଦାର କୋର୍ଟ ମାନଙ୍କରେ ମଧ୍ୟ ଲୋକ ଅଦାଲତ ମାନ ଆୟୋଜିତ କରାଯାଇଥିଲା।ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ ଓକିଲ ସଂଘର ସମସ୍ତ ଓକିଲ ବୃନ୍ଦ ତଥା ଆଇନ ଜୀବୀ ମାନେ ତଥା ଶ୍ରୀ ଅଶୋକ କୁମାର ପାଣିଗ୍ରାହୀ, ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ଶ୍ରୀ ହରି ଚାନ୍ଦ ,ଶ୍ରୀ ସ୍ୱରୂପ କୁମାର ପାଲ, ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ନିଜ ନିଜ କେଶ ମକଦ୍ଦମା ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।ଏହି ଲୋକ ଅଦାଲତରେ ସମୁଦାୟ 2755 ଟି କେସ ରତ୍ୱରିତ ବିଚାରକୁ ନିଆଯାଇ ସମୁଦାୟ 2421ଟି କେସ ସମାଧାନ କରାଯାଇ ସର୍ବ ମୋଟ 21,86,527 ଟଙ୍କା ଆଦାୟ କରାଯାଇ ଥିଲା।ଏହି ଲୋକ ଅଦାଲତ କୁ ପ୍ରାଧିକରଣ ର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *