ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ପୁରୁଷ ଏବଂ ମହିଳା ମାନଙ୍କୁ “ମହୁ ଉତ୍ପାଦନ ଏବଂ ମୂଲ୍ୟ ଯୋଗର ଆବଶ୍ୟକତା” ତାଲିମ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ତାରିଖ 11.06.2026 ଗୁରୁବାର ଦିନ ଅନୁଷ୍ଠିତ ହୋଇଛି । ଏହି 20 ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ନୂଆଁଗଡ ବ୍ଲକ ବେତାରସିଂ ଗ୍ରାମ ପଂଚାୟତର ବେତାରସିଂ ଗ୍ରାମରେ ଅନୁଷ୍ଠିତ ହେଉଅଛି । ଏଥିରେ ମୋଟ 30 ଜଣ ପୁରୁଷ ଏବଂ ମହିଳା ତାଲିମରେ ଉପସ୍ଥିତ ଥିଲେ ।

ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀମାନ ତ୍ରିନାଥ ନାଗ ମହୋଦୟ ସଭାପତିତ୍ୱ କରିଥିଲେ ତଥା DST ଶ୍ରୀମାନ ରାମ କୃଷ୍ଣ ଭୂୟାଁ ମହୋଦୟ ଓ ଏମବିକେ ଶ୍ରୀମତୀ କବିତା ରଇତ ମହୋଦୟା ଓ ସିଆରପି ଶ୍ରୀମତୀ କାବେରୀ ରଇତ, ଶ୍ରୀମତୀ କୁନିମା ବେହେର ଦଳାଇ ଏବଂ ସମସ୍ତ କୃଷି ମିତ୍ର ଶ୍ରୀମତୀ ଶାନ୍ତି ଲତା ବେହେରା ଏବଂ ଶ୍ରୀମତୀ ମନୀଷା ରାଇତ, ଶ୍ରୀମତୀ ସୁନିତା ପ୍ରଧାନ ଏବଂ ସମସ୍ତ ପ୍ରାଣୀ ମିତ୍ର ଶ୍ରୀମତୀ ଧରିତ୍ରୀ ଗମାଙ୍ଗ, ଶ୍ରୀମତୀ ଲଷ୍ମୀ ଜାନି ଅତିଥି ଭାବେ ଉପସ୍ଥିତ ଥିଲେ । ପୁରୁଷ ଏବଂ ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାଭଲମ୍ବୀ ଭାବେ ରୋଜକାରୀକ୍ଷମ ଉଦ୍ୟୋଗୀ ହୋଇପାରିବେ। ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ଶିକ୍ଷା ସଂଯୋଜକ ଶ୍ରୀ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ସହ କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ l

