ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିଜୁ ଜନତା ଦଳର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁମ୍ମା ବିଜୁ ଯୁବ ଜନତା ଦଳର ସଭାପତି ନିରୋଜ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ବ ରେ ଗୁମ୍ମା ସରପଞ୍ଚ ଶ୍ରୀମତୀ ପିତମନି ରଇତ ଓ ସମିତି ସଭ୍ୟ ଶ୍ରୀମତି ସ୍ନିଗ୍ଧାରାଣୀ ପାଣିଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଗୁମ୍ମା ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳର ବହୁ କର୍ମୀ ଯୋଗ ଦେଇଥିଲେ । ବୃକ୍ଷ ରୋପଣ ଭଳି ମହତ୍ କାର୍ଯ୍ୟ ପାଇଁ ଏହି ଅଞ୍ଚଳରେ ବୁଦ୍ଧିଜୀବି ଏହାକୁ ପ୍ରଶଂସା କରିଛନ୍ତି ।
ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ !!!

