ବେଆଇନ୍ ଫାଇବର ପ୍ଲାଷ୍ଟିକ କାରଖାନା ଉଚ୍ଛେଦ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ନୂଆହତା ଗ୍ରାମବାସୀ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତରେ ୨୦୧୯ ମସିହାରୁ ଗାୟତ୍ରୀ ଟ୍ରେଡର୍ସ ନାମକ କମ୍ପାନୀ ଚୋରାରେ ରାତ୍ର ସମୟରେ ଲୁଚାଇ ଫାଇବର କବାଟ ନିର୍ମାଣ କରୁଛି । କାରଖାନାରୁ ବିଷାକ୍ତ ଗ୍ୟାସ ଓ ଦୁର୍ଗନ୍ଧ ବାହାରିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ବସବାସ କରିବା ଅସମ୍ଭବ ହୋଇପଡିଛି । ଚର୍ମ ରୋଗରେ ମଧ୍ୟ ଗ୍ରାମବାସୀ ଆକ୍ରାନ୍ତ ହେଉଛନ୍ତି । ଏହି କାରଖାନାକୁ ବାରମ୍ବାର ଅଭିଯୋଗ କରିବା ପରେ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି ନୂଆହତା ଗ୍ରାମବାସୀ । ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ଯାଥା ଶୀଘ୍ର ଘଟଣା ର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ନୂଆହତା ଗ୍ରାମବାସୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ କାର୍ଯ୍ୟାଳୟ କୁ ଯାଇ ସେଠାରେ ମଧ୍ୟ ଅଭିଯୋଗ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *