ନାରାୟଣପୁର ଗ୍ରାମରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁଷୁଡ଼ି ପଡିଲା ଘର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଞ୍ଚାୟତ ନାରାୟଣପୁର ଗ୍ରାମର ଗୋଲଖ ପ୍ରଧାନ ଙ୍କ ଘର ଲଘୁଚାପ ଜନିତ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଢ଼ିଛି । ରଘୁ ପ୍ରଧାନ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ସ୍ଥାୟୀ ଘରଟିଏ ନାହିଁ । ଗୋଲଖ ସେହି କଚ୍ଚା ଘରେ ମୁଣ୍ଡ ଗୁଞ୍ଜି କାଳତିପାତ କରୁଥିଲେ । ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସମ୍ପୂର୍ଣ୍ଣ ଘରଟି ତାଙ୍କର ଭାଙ୍ଗିଯାଇ ଗୋଲଖଙ୍କୁ ନିରାଶ୍ରୟ କରିଦେଇଛି ।

Leave a Reply

Your email address will not be published. Required fields are marked *