ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମା ବାଉଁଜୋରୀ ଠାକୁରାଣୀ ଶୁନ୍ୟ ଆଶ୍ରମ ପ୍ରାଙ୍ଗଣରେ ଅହୋରାତ୍ର ଭାଗବତ ଏବଂ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ . ପବିତ୍ର ଜନ୍ମାଷ୍ଟମୀ ଅବସରରେ ତ୍ରିଶୁଳିଆ ବଜାର ସ୍ଥିତ ପରମ ବୈଷ୍ଣବୀ ଦେବୀ ମା ବାଉଁଜୋରୀ ଠାକୁରାଣୀ ମନ୍ଦିର ପରିସରରେ ଶୁନ୍ୟ ଆଶ୍ରମ ପ୍ରାଙ୍ଗଣରେ ୨୩ ତମ ବାର୍ଷିକ ଅହୋରାତ୍ର ଭାଗବତ ଏବଂ ଅଷ୍ଟପ୍ରହର ନାମଯଜ୍ଞ ଆୟୋଜିତ ହେଉଅଛି . ମା ବାଉଁଜୋରୀ ଶୂନ୍ୟ ଆଶ୍ରମ ଭକ୍ତବୃନ୍ଦଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ପହଞ୍ଚିଛନ୍ତି . ଶ୍ରୀ ଶ୍ରୀ ବିଶ୍ଵଗୁରୁ ଅଚିହ୍ନା ପରମହଂସ ଦେବଙ୍କ ଉଦ୍ୟମରେ ସ୍ଥାପିତ ଏହି ଆଶ୍ରମରେ ଭାଗବତ ନାମଯଜ୍ଞ ରେ ଭାଗ ନେଇ ଭକ୍ତ ମାନେ ପରମ ତୃପ୍ତି ଲାଭ କରୁଥିବା କଥା ପ୍ରକାଶ କରିଛନ୍ତି ଆୟୋଜକ . ଚଳିତ ବର୍ଷ ତିନି ଦିନ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଶେଷ ଦିନରେ ନଗରକୀର୍ତ୍ତନ ଏବଂ ପୂର୍ଣ୍ଣାହୁତି ପ୍ରଦାନ କରାଯିବ . ବାଙ୍କୀ , ଖଣ୍ଡପଡ଼ା , କଣ୍ଟିଲୋ , ବଡମ୍ବା , ନୟାଗଡ ଏବଂ ନରସିଂହପୁର ଅଞ୍ଚଳରୁ ସଂକୀର୍ତ୍ତନ ମଣ୍ଡଳୀ ପହଞ୍ଚି ନାମଯଜ୍ଞ କରୁଥିବା ବେଳେ ପ୍ରତ୍ୟେହ ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି .