କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଏସଓଜି ଏବଂ ଡ଼ିଭିଏଫ ଜବାନ ମାନେ ଗୋଛାପଡା ଥାନା ସୁମଙ୍ଗି ଗ୍ରାମ ନିକଟ ଜଙ୍ଗଲରେ କମ୍ବିଙ୍ଗ ଅପରେସନ କରିଥିଲେ . ମାଓବାଦୀ କ୍ୟାମ୍ପ ଉପରେ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ଆଜି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ନିଜ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଜବତ ସାମଗ୍ରି ମଧ୍ୟରେ ରହିଛି କିଛି ମାଓ ପୋଷାକ, ମେଡିସିନ, ଜିଲେଟିନ ଷ୍ଟିକ, ବିଦ୍ୟୁତ ତାର, ଜଗ , କମଳ, ଜ୍ୟାକେଟ ,ସେଫଟି ଫିଉଜ, ସାବୁନ, ତେଲ, ଲେଡ଼ିଜ ଇନର ଆଦି ୧୮ ପ୍ରକାର ସାମଗ୍ରୀ ମାନ ଥିବା ଏସପି ଵିନୀତ ଅଗ୍ରୱାଲ କହିଛନ୍ତି l ସୂଚନା ଯୋଗ୍ୟ ଯେ, ଗତ ମେ ମାସ ୨୨ରେ ଛତିଶଗଡ଼ ବିଜେପୁର ଜିଲ୍ଲା ଅନ୍ତର୍ଗତ ଵାସା ଗୁଡାଥାନା ଅନ୍ତର୍ଗତ ଡ଼ାଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡକୋର ମାଓବାଦୀ ଓ ଏରିଆ କମିଟି ସଦସ୍ୟ ଏସପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲା l କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ରଣ କୌଶଳ, ଲଗାତାର କମ୍ବିଂ ଅପରେସନ ଯୋଗୁଁ ଜିଲ୍ଲାରେ ମାଓ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ଜଣାପଡିଛି l
କନ୍ଧମାଳରେ ଏସଓଜି ଏବଂ ଡ଼ିଭିଏଫ ଜବାନଙ୍କ କମ୍ବିଙ୍ଗ ଅପରେସନ : ବହୁ ମାଓ ସାମଗ୍ରୀ ଜବତ !!!

