ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଜାତୀୟ ଦିବସ ପାଳନ ବେଳେ ଭୁଲ ଜାତୀୟ ସଙ୍ଗୀତ ବୋଲିଥିବା ଶିକ୍ଷକଙ୍କୁ ନେଇ ଜୋରଦାର ସମାଲୋଚନା . ଏପରି ଘଟଣା ସାମନାକୁ ଆସିଛି ନିଶ୍ଚିନ୍ତକୋଇଲି ବ୍ଲକ ତିଲକପୁର ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ରୁ | ଅଭିଯୋଗ ମୁତାବକ ସ୍ୱାଧୀନତା ଦିବସ ପାଳନ ସମୟ ରେ ଏହି ସ୍କୁଲ ରେ ଛୋଟ ଛୋଟ ପିଲାଙ୍କ ସହ ସ୍କୁଲ ର ଶିକ୍ଷକ ଜାତୀୟ ସଂଗୀତ ବୋଲିଥିଲେ | ଦୁଃଖ ର ବିଷୟ ଶିକ୍ଷକ ଜଣକ ଜାତୀୟ ସଂଗୀତକୁ ସମ୍ପୂର୍ଣ ରୂପେ ଭୁଲ କରି ଗାଇଥିଲେ | ଯାହାର ଭିଡିଓ ଏବେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଏ ସମ୍ପର୍କରେ ଜଣେ ଗଣମାଧ୍ୟମ ପ୍ରତିନିଧି ଭାଇରାଲ ଭିଡିଓ ଟିର ସତ୍ୟା ସତ୍ୟ ପରଖିବାକୁ ଯାଇଥିଲେ | ହେଲେ ଶିକ୍ଷକ ଜଣକ କ୍ୟାମେରା ଆଗରେ ମୁହଁ ଫୁଟାଣି ଦେଖାଇଥିଲେ ମଧ୍ୟ ଜାତୀୟ ସଂଗୀତ ବୋଲିବାକୁ କହିବାରୁ ତଳେ ରଖିଥିବା ନିଜ ବ୍ୟାଗ ରୁ ବର୍ଣ୍ଣବୋଧ ବହି କାଢି ତାର ସାହାଯ୍ୟ ଖୋଜିଲେ | ଅପର ପକ୍ଷେ ଅଭିଯୋଗ ଅନୁସାରେ ସାର ଙ୍କୁ ପଣକିଆ ମଧ୍ୟ ଠିକରେ ଜଣା ନାହିଁ | ଏହାର ସତ୍ୟତା ମଧ୍ୟ କ୍ୟାମେରା ରେ କଏଦ ହୋଇଛି ତେବେ ପିଲାଙ୍କୁ ପଚାରିବାରୁ , ପିଲାମାନେ କହିଲେ ସାର ଆମକୁ ପାଠ ପଢ଼ଉ ନାହାନ୍ତି . ଏବେ ଦେଖିବାକୁ ବାକି ରହିଲା କଣ ଗ୍ରହଣ ହେଉଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ .
ଜାତୀୟ ଦିବସ ପାଳନ ବେଳେ ଭୁଲ ଜାତୀୟ ସଙ୍ଗୀତ ବୋଲିଥିବା ଶିକ୍ଷକଙ୍କୁ ନେଇ ଜୋରଦାର ସମାଲୋଚନା !!!

