କର୍କଟ ରୋଗ ପୀଡିତଙ୍କୁ ସହାୟତାର ହାତ ବଢ଼ାଇଲେ ସାମାଜିକ କର୍ମୀ ବାପି ମହାନ୍ତି

0
430

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : କର୍କଟ ରୋଗ ପୀଡିତଙ୍କୁ ସହାୟତାର ହାତ ବଢ଼ାଇଲେ ସାମାଜିକ କର୍ମୀ ବାପି ମହାନ୍ତି ଆୱାଜ ମିଡ଼ିଆ . ତାଳଚେର ବ୍ଲକ ଅନ୍ତର୍ଗତ ବହ୍ଲର ଗ୍ରାମ ହରିଜନ ସାହିରେ ସନ୍ତୋଷ ନାଏକ (୨୦) ନାମକ ଯୁବକ ଦୀର୍ଘ ୪ ବର୍ଷ ହେଲା ଗଳା କର୍କଟ ରୋଗରେ ଆକ୍ରାନ୍ତ ହୋଇ ପଡ଼ିଥିଲେ . ଅର୍ଥ ଅଭାବରୁ ହୋଇ ପାରୁନଥିଲା ଚିକିତ୍ସା, ଘରେ ରହି ଭୋଗୁଥିଲେ ଯନ୍ତ୍ରଣା . ଏହି ଖବର ପାଇ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଯୁବ ସମାଜ ସେବୀ ବାପି ମହାନ୍ତି ଓ ରଂଜିତ ମହାପାତ୍ର . ଉଭୟ ତାଙ୍କ ଘରେ ପହଞ୍ଚି ପ୍ରଥମେ ତାଙ୍କୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଛନ୍ତି . ଏ ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ବହୁ ବ୍ୟକ୍ତି ଆର୍ଥିକ ସହାୟତା କରିଛନ୍ତି . ତାଳଚେର ଥାନା ଅଧିକାରୀଙ୍କ ସମେତ , ଡା.ସସ୍ମିତା ସାହୁ , ଶଙ୍ଖର ଲାଲ୍, ଜଗନ୍ନାଥ ଟେକ୍ସଟାଇଲ ର ପ୍ରତିଷ୍ଠାତା, ଚନ୍ଦନ ସାହୁ, ମନୋଜ ଶତପଥୀ ଏବଂ କର୍ତ୍ତବ୍ୟ ଯୁବ ସଂଗଠନର ସଦସ୍ୟ ମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସହଯୋଗ କରିଥିବାର ପ୍ରକାଶ କରିଛନ୍ତି ବାପି ମହାନ୍ତି ଏବଂ ରଂଜିତ ମହାପାତ୍ର . କଟକ ବଡ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ଆଗକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରାଯିବ ବୋଲି ସ୍ୱାଧୀନ ଫାଉଣ୍ଡେସନ ର କର୍ମକର୍ତ୍ତା ଭରସା ଦେଇଛନ୍ତି .

LEAVE A REPLY

Please enter your comment!
Please enter your name here