କଣାସ ବନ୍ୟା ଦୁର୍ଦ୍ଦଶା ବୁଲି ଦେଖିଲେ ରାଜସ୍ୱ ମନ୍ତ୍ରୀ !!!

0
164

କଣାସ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବନ୍ୟା ଆସିଛି , ଲୋକଙ୍କ ଦୁର୍ଦ୍ଦଶା ବଢୁଛି । ରାଜ୍ୟ ର ପୁରୀ ଜିଲ୍ଲା କଣାସ ଅଞ୍ଚଳଟି ଚିଲିକା ର ତଳିଆ ଅଞ୍ଚଳ । ଉପର ମୁଣ୍ଡର ବନ୍ୟା ଜଳ ଦୟା ,ମକରା, ରାଜୁଆ ନଦୀ ଦେଇ ଚିଲିକାରେ ମିଶିଥାଏ । ଯାହାକୁ ନେଇ ଏବେ ଦୟା ନଦୀରେ ବନ୍ୟା ର ଜଳସ୍ତର ଅଧିକ ବଢ଼ିବାରେ ଲାଗିଛି । କଣାସ ର ଦୁଇ ତିନଟି ଜାଗାରେ ଘାଇ ହେବାପରେ ଏବେ ବଢି ଯାଇଛି ଦୁର୍ଦ୍ଦଶା । ପ୍ରଶାସନ ତରଫରୁ ସମସ୍ତ ସୁବିଧା ସହଯୋଗ ଦେବା ପାଇଁ ଲାଗି ପଡିଛନ୍ତି ନେତା ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନେ । କଣାସ ଚୁପୁରିଙ୍ଗି ପାହିଲୁଣ୍ଡି ଠାରେ ସୃଷ୍ଟି ହୋଇଥିବା ଘାଇ, ନଦୀର ମଝିରେ ରହିଥିବା ଗ୍ରାମ ଗଡ଼ବଳଭଦ୍ରପୁର, କଣାସ ରୁ ବିଚ୍ଛିନ୍ନ ହୋଇ ସାରିଥିବା ଦୋକନ୍ଦା, ବଡାସ ଦୁଇଟି ପଞ୍ଚାୟତ ର ଗ୍ରାମକୁ ବୋଟ ମାଧ୍ୟମରେ ଯାଇ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ସମେତ ରାଜ୍ୟ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବନ୍ୟା ବିପନ୍ନଙ୍କୁ ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ମେଡ଼ିସିନ , ପିଇବା ପାଣି , ଗୋ ଖାଦ୍ୟ ଆଦି ଦିଆଯାଇଛି ଏବଂ ବନ୍ୟା ପାଣି ଛାଡିବା ପରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଙ୍କ ଚାଷ ଓ ବନ୍ୟା ବିପନ୍ନଙ୍କ ଘର ଭଙ୍ଗା ଅନୁଧ୍ୟାନ କରି ସେମାନଙ୍କୁ ସମସ୍ଥ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

LEAVE A REPLY

Please enter your comment!
Please enter your name here