ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଗଜପତି ପୁଲିସ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଓ ପରିଚୟ ପତ୍ର ବଣ୍ଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଗଜପତି ପୁଲିସ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଓ ପରିଚୟ ପତ୍ର ବଣ୍ଟନ . ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଆଦର୍ଶ ଥାନା ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର ଓ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଉପସ୍ଥିତ ରହି ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ ସହିତ ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଛନ୍ତି । ଏହି ଶିବିରରେ 81 ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କରିବା ସହିତ ସ୍ୱାସ୍ଥ୍ୟ ଶିବିରରେ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଶିଶୁ ବନ୍ଧୁତା ପୋଲିସ ଷ୍ଟେସନର ଶୁଭ ଉଦଘାଟନ ଏବଂ ଏକ ଶିଶୁ ପାର୍କ କୁ ଗଜପତି ଏସ ପି ଜୟରାମ ଶତପଥୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ, ଏସଡ଼ିପିଓ ରାମକୃଷ୍ଣ ପତି , ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀକାକୁଲମ ଜେମସ ହସ୍ପିଟାଲରୁ ଡାକ୍ତର ଓ ନର୍ସ ପ୍ରମୁଖ ଉପସ୍ଥିତ ରହି ଏହି ମେଗା ସ୍ୱାସ୍ଥ୍ୟ ଶିବିରରେ ସେବା କରିଥିଲେ । 260 ଜଣ ନାମ ପଞ୍ଜିକୃତ କରି ସ୍ୱାସ୍ଥ୍ୟ ସେବା ପାଇଥିଲେ । ପୋଲିସର ଏହିଭଳି କାର୍ଯ୍ୟକ୍ରମକୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *